ସାଂସଦଙ୍କ ବଅଁରପାଳ ବ୍ଲକ ପ୍ରତିନିଧି ସ୍ବର୍ଗତ ନରେଶ ଚନ୍ଦ୍ର ବେହେରାଙ୍କ ସ୍ମୃତିରେ ରକ୍ତଦାନ ଶିବିର, ୩୫ ୟୁନିଟ ରକ୍ତ ସଂଗୃହୀତ

You are currently viewing ସାଂସଦଙ୍କ ବଅଁରପାଳ ବ୍ଲକ ପ୍ରତିନିଧି ସ୍ବର୍ଗତ ନରେଶ ଚନ୍ଦ୍ର ବେହେରାଙ୍କ ସ୍ମୃତିରେ ରକ୍ତଦାନ ଶିବିର, ୩୫ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ବରେ ଆଜି ବିଜୁ ଯୁବ ଜନତା ଦଳ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠ ନେତା ତଥା ସାଂସଦଙ୍କ ବଅଁରପାଳ ବ୍ଲକ ପ୍ରତିନିଧି ସ୍ବର୍ଗତ ନରେଶ ଚନ୍ଦ୍ର ବେହେରାଙ୍କ ସ୍ମୃତିରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ମୋଟ ୩୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।

ବିଜୁ ଯୁବ ଜନତା ଦଳ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଭକ୍ତିପ୍ରସାଦ ଦାସ, ଜିଲ୍ଲା ଉପ ସଭାପତି କିଶୋର କୁମାର ସାହୁ ଓ ପ୍ରକାଶ ଚନ୍ଦ୍ର ଭୋଇ, ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜୀବ ସାହୁ, ଜିଲ୍ଲା ଆଇଟି କୋଡିନେଟର ସୁନୀତା ନାଏକ, ଜିଲ୍ଲା ସମ୍ପାଦକ ଜିତେନ୍ଦ୍ର ନାଏକ, ସୌରଭ କୁମାର ବେହେରା ଓ ଅମିତ କୁମାର ଦାସ, ଯୁବ ନେତା ଚଉବନ ସାହୁ, ଗଣେଶ୍ବର ସାହୁ ଓ ଜିଲ୍ଲା ଛାତ୍ର ସମ୍ପାଦକ ରାହୁଲ ମହାପାତ୍ର ତଥା ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ସାମିଲ ଥିଲେ।

Share

Leave a Reply