ଅନୁଗୁଳ: କାର୍ତ୍ତିକେଶ୍ୱର ପୂଜା ପାଇଁ ଅନୁଗୁଳ ସହର ଉପକଣ୍ଠ ତୁରଙ୍ଗ ଗ୍ରାମ ଉତ୍ସବ ମୁଖରିତ ହୋଇପଡ଼ିଛି। ଚଳିତ ବର୍ଷ ୧୫ଟି ମଣ୍ଡପରେ ପ୍ରସିଦ୍ଧ କାର୍ତ୍ତିକେଶ୍ୱର ପୂଜା ଆୟୋଜିତ ହେବ। ଆସନ୍ତା ମାସ ୧୧ ତାରିଖ ଠାରୁ ୧୫ତାରିଖ ଯାଏଁ ପୂଜା ଉତ୍ସବ ଚାଲିବ। ୧୭ ରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ।
ତେବେ କାର୍ତ୍ତିକେଶ୍ୱର ପୂଜା କେନ୍ଦ୍ରୀୟ କମିଟି ଆନୁକୂଲ୍ୟରେ ରବିବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ବଅଁରପାଳ ଅତିରିକ୍ତ ବିଡିଓ ମାଧବ ପାଣିଗ୍ରାହୀ ଉଦ୍ଘାଟନ କରିଥିବା ବେଳେ ୨୫ରୁ ଊର୍ଦ୍ଧ୍ବ ମହିଳା ରକ୍ତଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ତୁରଙ୍ଗ ସରପଞ୍ଚ ସମରେନ୍ଦ୍ର ଦେହୁରୀ, ସମିତି ସଭ୍ୟ ସରୋଜ ପଣ୍ଡା, ଉପଦେଷ୍ଟା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ ଦାସ, ପବିତ୍ର ମୋହନ ଦାସ, ତୁରଙ୍ଗ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁ, କାର୍ତ୍ତିକେଶ୍ୱର ପୂଜା କେନ୍ଦ୍ରୀୟ କମିଟି ସଭାପତି ଜଟିଆ ସାହୁ, ଉପସଭାପତି ଶ୍ରୀକାନ୍ତ ଦାସ, ସାଧାରଣ ସମ୍ପାଦକ ସାଗର ସେଠୀ, ସହ-ସମ୍ପାଦକ ରମେଶ ଦେହୁରୀ, ସିଲୁ ସାହୁ, ବାପୁ ବେହେରା, କାଳୁ ଥମ୍ବ, କୋଷାଧ୍ୟକ୍ଷ ଦୀପକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଅନୁଗୁଳ ରକ୍ତଭଣ୍ଡାର ଡାକ୍ତର ସତ୍ୟବ୍ରତ ପାଟଯୋଶୀ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ବରିଷ୍ଠ ଟେକ୍ନିସିଆନ ସନ୍ତୋଷ ସିଂହ, ମଞ୍ଜୁଲତା ଶତପଥୀ, ଦୀପ୍ତିରାଣୀ ସାହୁ, ହରିସ ଜେନା, କାମାକ୍ଷା ପ୍ରସାଦ ସାହୁ, ପଦ୍ମନାଭ ପ୍ରଧାନ କର୍ମଚାରୀ ଓ ସ୍ବେଚ୍ଛାସେବୀ ରମେଶ ପାତ୍ର ରକ୍ତ ସଂଗ୍ରହ କରିଥିଲେ।