ପିଜୁଳି ଗଛରୁ ଝୁଲନ୍ତା ଅବସ୍ଥାରେ ଏନଟିପିସି କର୍ମଚାରୀଙ୍କ ମୃତଦେହ ଉଦ୍ଧାର

You are currently viewing ପିଜୁଳି ଗଛରୁ ଝୁଲନ୍ତା ଅବସ୍ଥାରେ ଏନଟିପିସି କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ: ସ୍ଥାନୀୟ ଏନଟିପିସି ଥାନା ବିଜୁଗୋଳ ଗାଁର ଗୁଡ଼ିଆ ପୋଖରୀ ନିକଟସ୍ଥ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

ସୂଚନା ମୁତାବକ, ବିଜୁଗୋଳରେ ତାଳଚେର ସ୍କଟଲାଣ୍ଡପୁର ଗାଁର ଉପେନ୍ଦ୍ର ସାହୁ ଭଡ଼ା ନେଇ ଏନଟିପିସିରେ ଚାକିରି କରୁଥିଲେ। ଆଜି ତାଙ୍କ ଭଡ଼ା ଘର ସାମ୍ନାରେ ଥିବା ପୋଖରୀ ନିକଟ ପିଜୁଳି ଗଛରେ ସେ ଲୁଙ୍ଗିରେ ଟାଙ୍ଗି ହୋଇ ଜୀବନ ହାରି ଥିବା ଦେଖିବାକୁ ମିଳିଛି। ଖବର ପାଇ ଏନଟିପିସି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଛାନଭିନ କରୁଛି। ତେବେ ଉପେନ୍ଦ୍ର ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ଯୋଜନାବଦ୍ଧ ହତ୍ୟା ସେ ନେଇ ପୋଲିସ ତଦନ୍ତ କରୁଛି।

Share

Leave a Reply