ଜଙ୍ଗଲରେ ଜୀବନ ହାରିଲେ ଯୁବକ, କାରଣ ଅସ୍ପଷ୍ଟ

You are currently viewing ଜଙ୍ଗଲରେ ଜୀବନ ହାରିଲେ ଯୁବକ, କାରଣ ଅସ୍ପଷ୍ଟ

 

ତାଳଚେର: ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ନୂଆ ଲାଙ୍ଗିଯୋଡ଼ା ଗ୍ରାମର ଜଣେ ଯୁବକ ନିକଟସ୍ଥ ଜଙ୍ଗଲର ଏକ ଗଛରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟା କରିଥିବା ଯୁବକ ହେଲେ ଛବି ନାଏକ(୩୮)। ଖବର ପାଇ କୋଲିୟରୀ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ସହିତ ପୋଷ୍ଟମର୍ଟମ ପାଇଁ ତାଳଚେର ମଣ୍ଡାପଳକୁ ପଠାଇଛି।
ଛବି ଆତ୍ମହତ୍ୟା କରିବାର କାରଣ ଜଣାପଡ଼ିନାହିଁ।

ତେବେ ସେ ଜରି, ପ୍ଲାଷ୍ଟିକ୍‌, ବୋତଲ ଇତ୍ୟାଦି ଗୋଟାଇ ପରିବାର ପ୍ରତିପୋଷଣ କରିଥାନ୍ତି। ତାଙ୍କ ସ୍ତ୍ରୀ କୌଣସି କାରଣ ପାଇଁ ନୟାଗଡ଼ ଯାଇଥିବା ବେଳେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।

Share

Leave a Reply