ବଇଣ୍ଡା: ଅନୁଗୁଳ ଜିଲ୍ଲା ବଇଣ୍ଡା ପ୍ରସିଦ୍ଧ ଚନ୍ଦନ ଯାତ୍ରାର ଭଉଁରୀ ବୁଧବାର ମହାସମାରୋହରେ ପାଳିତ ହୋଇଛି।
ସକାଳେ ମନ୍ଦିରରେ ପୂଜା କରିବା ପରେ ଏକ ବିମାନରେ ପ୍ରଭୁ ରାଧାକୃଷ୍ଣଙ୍କୁ ବସାଇ ଶୋଭାଯାତ୍ରା କରି ଯାତ୍ରା ପଡ଼ିଆକୁ ଅଣାଯାଇଥିଲା। ସେଠାରେ ପୂଜକ ରୀତିନୀତି ଅନୁସାରେ ପୂଜା କରାଯିବା ପରେ ଚନ୍ଦନ ନଗରକୁ ନେଇଥିଲେ। ପୁରାତନ ସଂସ୍କୃତି ଅନୁସାରେ ଗ୍ରାମର ପୂର୍ବତନ ସରପଞ୍ଚ ତ୍ରିଲୋଚନ ସାହୁଙ୍କ ଘରେ ଯଥାରୀତିରେ ପୂଜା କରାଯିବା ପରେ ଚନ୍ଦନ ନଗର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବଇଣ୍ଡା ଛକ ପରିକ୍ରମା କରାଯାଇଥିଲା। ପ୍ରଭୁ ରାଧାକୃଷ୍ଣଙ୍କ ଶୋଭାଯାତ୍ରାରେ ଲଉଡି ଖେଳ, ଘଣ୍ଟବାଦ୍ୟ, ମହିଳା ସଙ୍କୀର୍ତ୍ତନ, ହାତୀ, ଘୋଡ଼ାନାଚ, ରାଜାରାଣୀ ନାଚ, ଫୁଲ ପନସା, ଦୁଲୁଦୁଲି ବାଦ୍ୟ ସହ ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରାଯାଇଥିଲା। ପରେ ନୌକାରେ ପ୍ରଭୁ ରାଧାକୃଷ୍ଣଙ୍କୁ ବସାଇ ଚାପ ଖେଳାଯାଇଥିଲା।
ଆଠମଲ୍ଲିକ ଏସଡିପିଓ ବାଳକୃଷ୍ଣ କଅଁରଙ୍କ ନେତୃତ୍ବରେ ହଣ୍ଡପା ଆଇଆଇସି ନମିତା ନାୟକ, କିଶୋରନଗର ଆଇଆଇସି ବିଭୂତି ପ୍ରଧାନ, ଠାକୁରଗଡ଼ ଆଇଆଇସି ନଟବର ନନ୍ଦଙ୍କ ସମେତ ବ୍ୟାପକ ପୋଲିସ ସୁରକ୍ଷା ଯୋଗାଇ ଦେଇଥିଲେ।ଏଥିରେ କମିଟିର ଜିତେନ୍ଦ୍ର ବେହେରା, ପୂର୍ବତନ ସରପଞ୍ଚ ଜଳଧର ସାହୁ, ଅରବିନ୍ଦ ସାହୁ, ଜମ୍ବେଶ୍ଵର ସାହୁ, ସଞ୍ଜୟ ସାହୁ, ବିନୀତ ସାହା, ଅନିଲ ବେହେରା, ପାପୁନା ମହାପାତ୍ର, ପପୁ ସାହୁ, ବିକ୍ରମ ସାହୁ, ପରୀକ୍ଷିତ ସାହୁଙ୍କ ସମେତ ଅଞ୍ଚଳବାସୀ ସହଯୋଗ କରିଥିଲେ।


