୧୧ ରେ ବଇଣ୍ଡା ଚନ୍ଦନ ଯାତ୍ରା, ସରିଲା ପ୍ରସ୍ତୁତି ବୈଠକ

You are currently viewing ୧୧ ରେ ବଇଣ୍ଡା ଚନ୍ଦନ ଯାତ୍ରା, ସରିଲା ପ୍ରସ୍ତୁତି ବୈଠକ

ବଇଣ୍ଡା: ଅନୁଗୁଳ ଜିଲ୍ଲାର ପ୍ରସିଦ୍ଧ ବଇଣ୍ଡା ଚନ୍ଦନ ଯାତ୍ରା ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବ। ଏ ନେଇ ବୁଧବାର ବଇଣ୍ଡା ସାପ୍ତାହିକ ହାଟ ପଡିଆରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ଯାତ୍ରା କମିଟିର ସଭାପତି ପ୍ରତାପ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଅରବିନ୍ଦ ସାହୁ, ମାନସ ରଞ୍ଜନ ସାହୁ, ଅନ୍ତର୍ଯ୍ୟାମୀ ବେହେରା, ଘନଶ୍ୟାମ ବେହେରା, ରମାକାନ୍ତ ବେହେରା, ଗିରିଶ ଚନ୍ଦ୍ର ବେହେରା, ପରୀକ୍ଷିତ ସାହୁ, ସଞ୍ଜୟ ସାହୁ, ସୁନୀଲ ବେହେରା, ପ୍ରଶ୍ନ ବେହେରା, ରାଜା ଶର୍ମା, ଚକ୍ରଧର ବେହେରା, ବିନୀତ ସାହା, ଶୁଭେନ୍ଦୁ ମୋହନ ସାହୁଙ୍କ ସମେତ ଗ୍ରାମବାସୀ ଯୋଗ ଦେଇଥିଲେ।

ଚଳିତ ବର୍ଷ ଯାତ୍ରାକୁ ଧୁମଧାମରେ ପାଳନ କରିବା ପାଇଁ ବ୍ୟବସାୟ ସଂସ୍ଥାଙ୍କ ସହଯୋଗ ଲୋଡ଼ାଯାଇଥିଲା।

Share

Leave a Reply