ବଇଣ୍ଡାରେ ମା’ ଲକ୍ଷ୍ମୀଙ୍କ ଭସାଣି ଆୟୋଜିତ

You are currently viewing ବଇଣ୍ଡାରେ ମା’ ଲକ୍ଷ୍ମୀଙ୍କ ଭସାଣି ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଶଙ୍ଖାରୀ ସାହି ଠାରେ ଚାଲିଥିବା ଲକ୍ଷ୍ମୀ ପୂଜାର ଶୁକ୍ରବାର ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୂଜା କମିଟି ପକ୍ଷରୁ ମା’ଙ୍କର ମୂର୍ତ୍ତିକୁ ଏକ ଟ୍ରାକ୍ଟର ଯୋଗେ ବସାଇ ନଗର ପରିକ୍ରମା କରାଯାଇଥିଲା। ବାଜା ବାଣ ସହ ଡିଜେ ସାଉଣ୍ଡର ତାଳେତାଳେ ମା’ଙ୍କୁ ନଗର ପରିକ୍ରମା କରିବା ପରେ ଚନ୍ଦନ ପୋଖରୀରେ ବିସର୍ଜନ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ପାଇଁ ବଇଣ୍ଡା ଫାଣ୍ଡି ପୋଲିସ ମୁତୟନ ହୋଇଥିଲେ। ଭସାଣିରେ ପୂଜା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Share

Leave a Reply