ହୁଲୁରିସିଂହାରୁ ବୋଲେରୋ ଚୋରି

You are currently viewing ହୁଲୁରିସିଂହାରୁ ବୋଲେରୋ ଚୋରି

ଅନୁଗୁଳ: ଅନୁଗୁଳ ସହରର ହୁଲୁରିସିଂହାରୁ ରବିବାର ବିଳମ୍ବିତ ରାତିରେ ଏକ ବୋଲେରୋ ଚୋରି ହୋଇଯାଇଛି। ଗାଡ଼ି ମାଲିକ ସନ୍ତୋଷ କୁମାର ପ୍ରଧାନ ତାଙ୍କ ବୋଲେରୋ (ଓଆର୧୯ଏମ୧୦୭୭) ହୁଲୁରିସିଂହା ନିଜ ଘର ନିକଟରେ ରଖିଥିଲେ। ମାତ୍ର ସକାଳେ ଆସି ଦେଖିଲା ବେଳକୁ ଘର ବାହାରୁ ଗାଡ଼ି ଗାଏବ୍ ହୋଇଯାଇଛି । ବହୁ ଖୋଜାଖୋଜି କରି ନିରାଶ ହେବା ପରେ ସେ ଅନୁଗୁଳ ଥାନାର ଦ୍ଵାରସ୍ଥ ହୋଇଛନ୍ତି। ପୁଲିସ୍ ଏ ସଂକ୍ରାନ୍ତରେ କେସ ନଂ ୬୮୦/୨୧ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Share

Leave a Reply