ଅନନ୍ତ ଡିଏଭିରେ ପୁସ୍ତକ ମେଳା ଆୟୋଜିତ, ଛାତ୍ରଛାତ୍ରୀଙ୍କୁ ବହି ପଢ଼ିବାକୁ ପରାମର୍ଶ

You are currently viewing ଅନନ୍ତ ଡିଏଭିରେ ପୁସ୍ତକ ମେଳା ଆୟୋଜିତ, ଛାତ୍ରଛାତ୍ରୀଙ୍କୁ ବହି ପଢ଼ିବାକୁ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ମହାନଦୀ କୋଲ୍ ଫିଲ୍ଡ, ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଅନନ୍ତ ବିହାର ଡିଏଭି ପବ୍ଲିକ୍ ସ୍କୁଲ ପରିସରରେ ପୁସ୍ତକ ମେଳା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଏମ୍.ସି.ଏଲ୍.ଜଗନ୍ନାଥ  କ୍ଷେତ୍ରର ଏ.ଏଫ୍.ଏମ୍. ପ୍ରଦୀପ କୁମାର ସାହୁ ଏବଂ ଷ୍ଟାଫ୍ ଅଫିସର(ଏଲ୍ ଆଣ୍ଡ ଆର୍ ) ନିରାକାର ଶତପଥୀ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁସ୍ତକ ମେଳା ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ତଥା ଡିଏଭି ସ୍କୁଲ ସମୂହର ଆଞ୍ଚଳିକ ସହ ଅଧିକାରିଣୀ ଜ୍ୟୋତି ମିଶ୍ରଙ୍କ ଉଦ୍ୟମରେ ଆୟୋଜିତ ଏହି ମେଳାରେ ବହି କିଣିବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ପୁସ୍ତକ ମେଳାରେ ମା ତାରିଣୀ ପୁସ୍ତକ ମନ୍ଦିର(କଟକ), କାହାଣୀ ପବ୍ଳିକେଶନ (କଟକ), ଗୁରୁ ସ୍ଵାମୀ ବୁକ୍ସ ଷ୍ଟୋର(କଟକ)ପୁସ୍ତକ ବିକ୍ରୟ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷା ଶୁକ୍ଳା ଚକ୍ରବର୍ତ୍ତୀ, ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପୃଷ୍ଟି, ବିଦ୍ୟାଳୟର ଗ୍ରନ୍ଥାଗାରିକ ଦୀପଙ୍କର ପଣ୍ଡା, ଶିକ୍ଷକ ଡକ୍ଟର ଅନ୍ତର୍ଯ୍ୟାମୀ ସାହୁ, ଅଞ୍ଜନ ମୁଦୁଲି, କରୁଣାକର ସାହୁ, ସୀମାଞ୍ଚଳ ପତି, ଶିକ୍ଷୟିତ୍ରୀ ବିଶ୍ଵ ବିଜୟିନୀ ରାମନନ୍ଦିନୀ, ଶିକ୍ଷକ ଧୀରେନ୍ କୁମାର ପ୍ରଧାନ, ସମ୍ପଦ ଜେନା, ସୁଧାଂଶୁ ସ୍ଵାଇଁ, ସବ୍ୟସାଚୀ ପ୍ରଧାନ, ମହେନ୍ଦ୍ର ବେହେରା, ରୀତାରାଣୀ ତ୍ରିପାଠୀ, ଜ୍ୟୋତି ଜିନ୍ଦଲ, ସୁସ୍ମିତା ବାରିକ, ରଞ୍ଜନ ସାମଲ, ନିରଞ୍ଜନ ସାହୁ, ରବି ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply