ସନ୍ତୋଷ ପ୍ରଧାନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

You are currently viewing ସନ୍ତୋଷ ପ୍ରଧାନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ହିମିତିରା ଖେଳ ପଡିଆଠାରେ ଚାଲିଥିବା ୧୩ତମ ସନ୍ତୋଷ ପ୍ରଧାନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ବୌଦ୍ଧ ଏବଂ ସୋନପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ପରସ୍ପରକୁ ଦେବାରୁ ଖେଳ ଅମୀମାଂସିତ ଭାବେ ଶେଷ ହୋଇଥିଲା । ଫଳରେ ଟ୍ରାଇବ୍ରେକରରେ ବୌଦ୍ଧ ସୋନପୁରକୁ ୫-୪ ଗୋଲରେ ହରାଇ ବିଜୟୀ ହୋଇଥିଲା । ଏହି ଉପଲକ୍ଷେ ହିମିତିରା ଆଥଲେଟିକ ଆସୋସିଏସନର ସଭାପତି ରଙ୍ଗାଧର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ପୂର୍ବତନ ପୂର୍ଭ ସଚିବ ନଳିନୀକାନ୍ତ ପ୍ରଧାନ ମୁଖ୍ୟଅତିଥି, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, କିଶୋରନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ବବିତା ପ୍ରଧାନ ସମ୍ମାନିତ ଅତିଥିଭାବେ ଯୋଗଦେଇ ଚାମ୍ପିଅନ ଓ ରନର୍ସ ଅପ୍ ଦଳକୁ ପୁରସ୍କୃତ କରିଥିଲେ । ଦିଲ୍ଲୀପ ରାଉତ, ସଲୀଳ ବେହେରା, ଶଶିକାନ୍ତ ଦାସିଆ, ପ୍ରହଲ୍ଲାଦ ଭୋକ୍ତା ପ୍ରମୁଖ ମ୍ୟାଚ୍ ପରିଚାଳନା କରିଥିଲେ । ଶିକ୍ଷକ ବିନାୟକ ଦେହୁରୀ ଖେଳର ଧାରାବିବରଣୀ ପ୍ରଦାନ କରିଥିବାବେଳେ କିଶୋର ଚନ୍ଦ୍ର ବିଶ୍ଵାଳ ମଞ୍ଚ ପରିଚାଳନା କରିଥିଲେ।

Share

Leave a Reply