ଅନୁଗୁଳ: ଅନୁଗୁଳରେ କୁମାରପୁର୍ଣିମା ଏବଂ ଗଜଲଷ୍ମୀ ପୂଜା ପାରମ୍ପରିକ ବିଧିବିଧାନ ସହ ଆରମ୍ଭ ହୋଇଛି। ସହର ଏବଂ ଆଖପାଖ ଅଞ୍ଚଳରେ ପ୍ରାୟ ତିରିଶ ଟି ମଣ୍ଡପ ତିଆରି ହୋଇଛି। ସରକାରଙ୍କ କୋଭିଡ଼ ଆଇନକୁ ଅନୁପାଳନ କରି ପୂଜା କମିଟି ଗୁଡିକ ପ୍ରସ୍ତୁତି କରିଛନ୍ତି। ଜୟ ଦୁର୍ଗା ମାର୍କେଟ,ବସ ଷ୍ଟାଣ୍ଡ,ହେମସୁରପଡା, ଲଷ୍ମୀ ବଜ଼ାର, ବଜାରଛକ, ହୁଲୁରିସିଂହା ଆଦି ଅଞ୍ଚଳରେ ବିଧି ପାଳନ ପାଇଁ ତୋରଣ,ମେଢ କରାଯାଇ ପୂଜା କରାଯାଉଛି। ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବନ୍ଦ ରଖା ଯାଇଥିବାବେଳେ କେତେକ ସ୍ଥାନରେ ଅନ୍ନ ଭୋଗର ବ୍ୟବସ୍ଥା ରହିଛି ।ଲଷ୍ମୀ ପୂଜା ପାଇଁ ବଜାର କାରବାର ମାନ୍ଦା ଥିବାବେଳେ ଲୋକଙ୍କ ମଧ୍ୟରେ ସେଭଳି ଉତ୍ସାହ ଦେଖିବାକୁ ମିଳୁନାହିଁ। ଗତ ପ୍ରାୟ ଷାଠିଏ ବର୍ଷ ଧରି ଚାଲିଆସୁଥିବା ଅନୁଗୁଳ ର ପ୍ରସିଦ୍ଧ ଲଷ୍ମୀ ପୂଜା କରୋନା କାରଣରୁ ଗତ ଦୁଇ ବର୍ଷ ଧରି କେବଳ ବିଧି ରକ୍ଷା ପାଇଁ ପୂଜା କରାଯାଉଛି।
ଧରାବତରଣ କଲେ ଧନଦାତ୍ରୀ
- Post published:October 20, 2021
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Biswaranjan Pattnaik

Tags: Angul