ଅନୁଗୋଳ: ଆଜିର ମହର୍ଗ ଯୁଗରେ ଟଙ୍କା ପଇସା ସୁନା ପାଇଲେ କିଏ ଛାଡ଼ୁଛି। ଆମ ସଂସ୍କୃତି ଏମିତି ହେଲାଣି ଠାକୁର ହୁଣ୍ଡି ଭାଙ୍ଗି ପଇସା ନେଇ ଯାଉଛନ୍ତି। କିନ୍ତୁ କିଛି ଏଭଳି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଯେଭଳି ସତ୍ୟନିଷ୍ଠ ସେହିଭଳି ନିର୍ଲୋଭି। ଆଜି ଅପରାହ୍ନରେ ଏଟିଭି ପ୍ରତିନିଧି ବିଶ୍ବରଂଜନ ପଟ୍ଟନାୟକଙ୍କ ମନି ପର୍ସଟି ପୁରୁଣା ବସ୍ ଷ୍ଟାଣ୍ଡ ନିକଟରେ ଖସି ପଡ଼ିଥିଲା। ସେତିକିବେଳେ ସେ ବାଟ ଦେଇ ଯାଉଥିବା ବିପିସିଏଲ ଇଞ୍ଜିନିୟର ଉତ୍ତମ ଶର୍ମା ପର୍ସଟି ପାଇ ଠିକଣା ଖୋଜି ପ୍ରତିନିଧିଙ୍କୁ ପର୍ସ ଟି ଫେରାଇ ଥିଲେ। ପର୍ସ lରେ ଏଟିଏମ୍, ଟଙ୍କା ସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ଥିଲା।ସତରେ ଉତ୍ତମଙ୍କ କାର୍ଯ୍ୟ ପ୍ରସଂଶନୀୟ।
ପର୍ସ ପାଇ ଫେରାଇଲେ ବିପିସିଏଲ୍ କର୍ମଚାରୀ
- Post published:July 23, 2026
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul





