ଅନୁଗୁଳ:ତୁରଙ୍ଗ ସ୍ଥିତ ଜ୍ୟୋତିକାନ୍ତ ବୀରବର ଓ ଅନୁସୂୟା ସିଂ ସାମନ୍ତଙ୍କ ଭଡା ଘରେ ସୋମବାର ଦୁଇଟି ବ୍ରହ୍ମ କମଳ ଫୁଟି ଥିଲା। ଗତ କିଛି ସପ୍ତାହ ଧରି ଦମ୍ପତ୍ତି ବ୍ରହ୍ମ କମଳ ଗଛକୁ ପବିତ୍ରତାର ସହ ପୂଜାର୍ଚ୍ଚନା କରି ଆସୁଥିଲେ।
ଫୁଲ ଫୁଟିବା ପରେ ପତି ପତ୍ନୀ ଭାବ ବିହ୍ଵଳ ହୋଇଯାଇଥିଲେ। ବିରଳ ବ୍ରହ୍ମକମଳ ଦୁଇଟି ମଧ୍ୟରୁ ଗୋଟିକୁ ଘରେ ରଖି ପୂଜା କରିଥିବା ବେଳେ ଅନ୍ୟଟିକୁ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ସମର୍ପଣ କରିଥିଲେ।