ଅଜଣା ଗାଡ଼ି ଧକ୍କାରେ ଭାଇ-ଭଉଣୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି କଲେ ଏମଭିଆଇ

You are currently viewing ଅଜଣା ଗାଡ଼ି ଧକ୍କାରେ ଭାଇ-ଭଉଣୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି କଲେ ଏମଭିଆଇ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ବ୍ଲକ୍ ଜରପଡା ଥାନା ୫୫ ନମ୍ୱର୍ ଜାତୀୟ ରାଜପଥ ଜେରେଂ ଭାଗିରଥିପୁର୍ ଛକରେ ବଇଣ୍ଡାରୁ ଅନୁଗୁଳ ଆସୁଥିବା ଏକ ସ୍କୁଟିକୁ ଅଜଣା ଗାଡ଼ି ଧକ୍କା ଦେଇଛି। ଫଳରେ ସ୍କୁଟିରେ ଥିବା ଭାଇ ଭଉଣୀ ଗୁରୁତର ହୋଇଛନ୍ତି। ଗୁରୁତର ଭାଇ ଭଉଣୀ ହେଲେ ଦିଲ୍ଲୀପ ସାହୁ ଓ ତାଙ୍କ ଭଉଣୀ ସସ୍ମିତା ପୃଷ୍ଟି।

ସୂଚନା ମୁତାବକ, ଭାଇ- ଭଉଣୀ ସ୍କୁଟି (OD 19 T 0654) ଯୋଗେ ନିଜ ଘର କୁମଣ୍ଡକୁ ଫେରିଲା ବେଳେ ଭଗୀରଥିପୁର ଛକରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଦେଖି ମୋଟର ଭେଇକିଲ ଇନ୍ସପେକ୍ଟର ନିଜ ଗାଡ଼ିରେ ଅନୁଗୁଳ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଖବର ପାଇ ହାଇୱେ ପ୍ୟାଟ୍ରୋଲିଂରେ ଥିବା ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସ୍କୁଟିକୁ ଉଦ୍ଧାର କରିଛନ୍ତି। ଏଥିସହ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

Share

Leave a Reply