ଛେଣ୍ଡିପଦା: ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଲଜ୍ୟା। ନାବାଳିକା ଭଉଣୀକୁ ବଡ଼ବାପା ପୁଅ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। କେହି ନଥିବା ବେଳେ ଭଉଣୀକୁ ଘର ଭିତରକୁ ଡାକି ଏହି ଘଟଣା ଘଟାଇଥିବା ନାବାଳିକା ଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ପୋଲିସ ନାବାଳିକାଙ୍କ ବୟାନ ରେକର୍ଡ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏ ନେଇ ଥାନା କେସ ନଂ. ୫୬୧/୨୫ରେ ମାମଲା ରୁଜୁ ହୋଇଛି।
