ନାଲକୋ ନିଷିଦ୍ଧାଞ୍ଚଳରୁ ବ୍ରାଉନସୁଗାର ଜବତ, ନାବାଳକ ସମେତ ୪ ଗିରଫ

You are currently viewing ନାଲକୋ ନିଷିଦ୍ଧାଞ୍ଚଳରୁ ବ୍ରାଉନସୁଗାର ଜବତ, ନାବାଳକ ସମେତ ୪ ଗିରଫ

ନାଲକୋ:ଅନୁଗୁଳ ଜିଲ୍ଲା ନାଲକୋ ଥାନା ଇଲାକାରେ ଥମୁନି ଚୋରା ବ୍ରାଉନ ସୁଗାର କରବାର। ନାଲକୋ ନିଷିଦ୍ଧାଞ୍ଚଳ ଆସପଣ୍ଡ ରାସ୍ତାରେ ବୁଧବାର ମଧ୍ୟାହ୍ନରେ ନାଲକୋ ପୋଲିସ ଚଢ଼ଉ କରି ବ୍ରାଉନସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି।

ଜବତ ବ୍ରାଉନସୁଗାରର ପରିମାଣ ୭.୮୫ଗ୍ରାମ ବୋଲି ଜଣାଯାଇଛି। ଅଭିଯୁକ୍ତଙ୍କ ଠାରୁ ଦୁଇଟି ମୋବାଇଲ, ଦୁଇଟି ବାଇକ ଓ ନଗଦ ୭୯୨୦ଟଙ୍କା ଜବତ କରାଯାଇଛି।

ଅଭିଯୁକ୍ତମାନେ ବଳରାମପ୍ରସାଦ ଗ୍ରାମର ନଗୀ ବେହେରା, ପୀଙ୍ଗୁଆ ଗ୍ରାମର ସାଗର ଭୂତିଆ, ବଳରାମ ପ୍ରାସାଦ ମଧ୍ଯଗଡ ସାହିର ସାଗର ମହାପାତ୍ର ବୋଲି ଜଣାଯାଇଛି। ଏମାନଙ୍କ ସହ ଥିବା ଆଉ ଜଣେ ନାବାଳକକୁ ପୋଲିସ ବାଳ ସ୍ବଧାର ଗୃହକୁ ପଠାଇଛି। ଅନ୍ୟ ଜଣେ ସହଯୋଗୀ ଫେରାର ଥିବା ପୋଲିସ କହିଛି।

Share

Leave a Reply