ବ୍ରାଉନ ସୁଗାର ପ୍ୟାକିଂ ବେଳେ ମାଡ଼ିବସିଲା ପୋଲିସ: ୩ ଲକ୍ଷ ଟଙ୍କାର ଧଳା ଜହର, ୪ ଗିରଫ

You are currently viewing ବ୍ରାଉନ ସୁଗାର ପ୍ୟାକିଂ ବେଳେ ମାଡ଼ିବସିଲା ପୋଲିସ: ୩ ଲକ୍ଷ ଟଙ୍କାର ଧଳା ଜହର, ୪ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ହାଇସ୍କୁଲ ପାଖ ଭେଣ୍ଡିଙ୍ଗ ଜୋନରେ ବ୍ରାଉନସୁଗାର ପ୍ୟାକେଟ କରୁଥିବା ୪ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ଠାରୁ ତିନି ଲକ୍ଷ ଟଙ୍କାର ଚୋରାବ୍ରାଉନ ସୁଗାର ଜବତ ହୋଇଛି। ତେବେ ଚଢ଼ଉ ବେଳେ ଜଣେ ଫେରାର ହୋଇଯାଇଥିବା ଜଣାଯାଇଛି।
ସୂଚନା ମୁତାବକ, ସ୍ଥାନୀୟ ଭେଣ୍ଡିଂ ଜୋନ୍ ପାଖରେ ୫ ଜଣ ବ୍ରାଉନସୁଗାର ପ୍ୟାକିଂ କରୁଥିବା ନେଇ ପୋଲିସ ପାଖରେ ଖବର ପହଞ୍ଚିଥିଲା। ଅନୁଗୁଳ ଥାନା ଆଇଆଇସି ଧୀରେଶ କୁମାର ଦାସ ସଦଳବଳେ ଅତର୍କିତ ଚଢ଼ାଉ କରିବା ଜଣେ ଖସି ଯାଇଥିଲା। ତେବେ ପୋଲିସ ୪ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ସେମାନଙ୍କ ଠାରୁ ତିନି ଲକ୍ଷ ଟଙ୍କା ମୂଲ୍ୟର ୧୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଗିରଫମାନେ ହେଲେ ଶିକ୍ଷକପଡ଼ାର ପ୍ରତାପ ନାୟକ, ରାଜକିଶୋରପଡ଼ାର ମିର୍ଜା ଫିରୋଜ ବେଜ ଓ ମିର୍ଜା ସରିଫ ବେଜ, ହେମସୁରପଡାର ମନୁ ଜେନା। ସେହିପରି ହେମସୁରପଡାର ଶତ୍ରୁଘନ ବେହେରା ଫେରାର ହୋଇଥିବା ପୋଲିସ ସୂଚନା ଦେଇଛି।

Share

Leave a Reply