ଅଢ଼େଇ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

You are currently viewing ଅଢ଼େଇ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଆଜି ଏକ ସ୍କୁଟିରୁ ୨୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ କରଡ଼ାଗାଡ଼ିଆ ଗାଁର ଅଲେଖ ଦାସ (୪୬)।

ସୂଚନା ଅନୁସାରେ, ଅଲେଖ ଏକ ସ୍କୁଟି (ଓଡି ୧୯ କ୍ୟୁ ୨୧୫୦) ରେ ବ୍ରାଉନସୁଗାର ନେଇ ବିକ୍ରି କରିବାକୁ ଯାଉଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଖବର ପାଇ ଅବକାରୀ ବିଭାଗର ପାଟ୍ରୋଲିଂ କରୁଥିବା ଗାଡ଼ି ଅଲେଖକୁ ଶିମିଳିପଡା ନିକଟରେ ଅଟକାଇ ଯାଞ୍ଚ କରିଥିଲା। ସ୍କୁଟିରୁ ୨୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ହେବ। ଅବକାରୀ ବିଭାଗ ସ୍କୁଟିକୁ ଜବତ କରିବା ସହ ଅଲେଖକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

Share

Leave a Reply