ଅନୁଗୁଳ: ଧଳା ଜହର ବିକି ସ୍ବାମୀ- ସ୍ତ୍ରୀ ଗିରଫ। ଗିରଫ ଦୁଇ ଜଣ ହେଲେ ଅନୁଗୁଳ ଟାଉନ ରାଜକିଶୋରପଡ଼ାର ଚତୁରୀ ନାଏକ(୫୫) ଏବଂ ତାଙ୍କ ସ୍ଵାମୀ କହଳୁ ନାଏକ।
ସୂଚନା ମୁତାବକ, ଟାଉନ୍ ହାଇସ୍କୁଲ ସାମ୍ନାରେ ଥିବା ନୂଆ ଭେଣ୍ଡିଂ ଜୋନ୍ ନିକଟରେ ଚତୁରୀ ବ୍ରାଉନ୍ସୁଗାର ବିକୁଥିଲେ। ଖବର ପାଇ ଅନୁଗୁଳ ଥାନା ପୁଲିସ ପହଞ୍ଚି ଚଢ଼ଉ କରିଥିଲା। ତାଙ୍କ ପାଖରୁ ୮.୭୭ ଗ୍ରାମ୍ ବ୍ରାଉନ୍ସୁଗାର ଜବତ କରାଯାଇଛି। ପରେ ପୁଲିସ ଆଗରେ ସେ ସ୍ଵାମୀ ସହିତ ମିଶି ଏହି ବେପାର କରନ୍ତି ବୋଲି ସ୍ବୀକାର କରିଥିଲେ। ତେଣୁ ପୁଲିସ ସ୍ଵାମୀ କହଳୁ ଏବଂ ଚତୁରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।