ବଚପନ୍ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ

You are currently viewing ବଚପନ୍ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ବଚପନ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ଅନୁଗୁଳ ବନଖଣ୍ଡ ଅଧିକାରୀ ବିବେକ କୁମାର ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ବଳନ କରି ସମାରୋହକୁ ଉଦଘ ଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ କୁମାର କୁନି କୁନି ପିଲାମାନଙ୍କୁ ଭଲ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ। ପାଠପଢା ସାଙ୍ଗକୁ ଖେଳ କୁଦ ଓ ନିଜ ଭିତରେ ଥିବା ପ୍ରତିଭାକୁ କିଭଳି ବିକାଶ କରିହେବ ସେଥିପାଇଁ ଶିକ୍ଷକ ଓ ଅଭିଭାବକ ମାନଙ୍କ ମଧ୍ୟ ଗୁରୁ ଦାୟିତ୍ଵ ରହିଛି ବୋଲି ଶ୍ରୀ କୁମାର ପ୍ରକାଶ
କରିଥିଲେ।

ସମାରୋହରେ ଜିଲ୍ଲାସ୍ତରୀୟ ରଙ୍ଗ ଭରୋ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ରୀ ରେୟନସ ପାଣିଗ୍ରାହୀ,ସୃଷ୍ଟି ସୁନନ୍ୟା ନନ୍ଦ,ପ୍ରୀୟଲ ପ୍ରଧାନ, ଆର୍ଫା ନସରିନ୍‌ଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହିତ ଅନୁଗୁଳ ଡାକ୍ତରଖାନାର ନରସିଂ ଅଫିସର ମନୋଜ କୁମାର ସାହୁ ଓ ସମାଜସେବୀ ଚିନ୍ମୟୀ ଦାସଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷା ଇଭାଲିନ ରଥ,ଉପଦେଷ୍ଟା ସିମ୍ରନ୍ ବେଗମ ସମ୍ମାନିତ ଅତିଥି ଭାବେ ‌ଯୋଗ ଦେଇଥିବା ବେଳେ ନିର୍ଦ୍ଦେଶିକା ସଲିମା ଦାମାନି ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଶେଷରେ କୁନିକୁନି ପିଲାମାନେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ।

Share

Leave a Reply