ଅପହରଣ ମାମଲାରେ ଜମି ବ୍ୟବସାୟୀ ଗିରଫ: କାହା ସହଯୋଗରେ ହେଉଥିଲା ଅପହରଣ?

You are currently viewing ଅପହରଣ ମାମଲାରେ ଜମି ବ୍ୟବସାୟୀ ଗିରଫ: କାହା ସହଯୋଗରେ ହେଉଥିଲା ଅପହରଣ?

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଶିଷ୍ଟ ଜମି ବ୍ୟବସାୟୀ ପ୍ରଦ୍ୟୁମ୍ନ ନନ୍ଦ (ପିଣ୍ଟୁ)ଙ୍କୁ ଅନୁଗୁଳ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ସକାଳେ ଅନୁଗୁଳ ସବ-ରେଜଷ୍ଟ୍ରି ଅଫିସରୁ ହୁଲୁରିସିଂହାର ପ୍ରଭାତ କୁମାର ପ୍ରଧାନଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ ଆଧାରରେ ପୁଲିସ ଗିରଫ କରିଥିବା ସୂଚନା ମିଳିଛି।

ଅଭିଯୋଗ ଅନୁସାରେ, ପ୍ରଭାତ କୌଣସି କାମରେ ସବ-ରେଜଷ୍ଟ୍ରି ଅଫିସକୁ ଆସିଥିଲେ। ସେଠାରେ ପ୍ରଦ୍ୟୁମ୍ନ ଓ ତାଙ୍କର ସହଯୋଗୀମାନେ ଆକ୍ରମଣ କରି ତାଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ଖବର ପାଇ ପ୍ରଭାତଙ୍କ ସ୍ତ୍ରୀ ସ୍ବାମୀ ଅପହରଣ ହୋଇଥିବା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି ପ୍ରଦ୍ୟୁମ୍ନଙ୍କୁ ଗିରଫ କରିବା ସହ ପ୍ରଭାତଙ୍କୁ ଉଦ୍ଧାର କରିଛି।

Share

Leave a Reply