ବିଦ୍ୟୁତ ଖୁଣ୍ଟରେ ଧକ୍କା ଦେଇ ବସ୍ ଛୁ’, ମହିଧରପୁର ଗାଁ ଅନ୍ଧାର

You are currently viewing ବିଦ୍ୟୁତ ଖୁଣ୍ଟରେ ଧକ୍କା ଦେଇ ବସ୍ ଛୁ’, ମହିଧରପୁର ଗାଁ ଅନ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଗାଁ ଦେଇ ଯାଉଥିବା ଏକ ବସ୍ ଅତି ବେପରୁଆ ଭାବେ ଇଲେକ୍ଟ୍ରିକ ଖୁଣ୍ଟକୁ ଧକ୍କା ଦେଇ ଛୁ’ ମାରିଛି। ବସ୍ ପିଟି ହେବାରୁ ଗାଁର ଦୁଇଟି ଇଲେକ୍ଟ୍ରିକ ଖୁଣ୍ଟ ଉପୁଡ଼ି ପଡ଼ିଛି। ଫଳରେ ଅଧା ଗାଁ ଅନ୍ଧାରରେ।

ଗାଁ ଲୋକଙ୍କ ସୂଚନା ମୁତାବକ, ସୋମବାର ରାତି ୯ଟାରେ ମହିଧରପୁର ଗାଁ ଦେଇ ଡଲଫିନ ନାମକ ଏକ ବସ ଯାଉଥିଲା। କିନ୍ତୁ ବସଟି ହଠାତ ବିଦ୍ୟୁତ ଖୁଣ୍ଟକୁ  ଧକ୍କା ଦେଇଥିଲା। ଫଳରେ ଦୁଇଟି ଖୁଣ୍ଟ ଭାଙ୍ଗି ଯାଇଥିବା ବେଳେ ୬୦ ମିଟର ତାର ଛିଣ୍ଡି ପଡ଼ିଛି। ଏପରିକି ଅନେକ ଗୁଡିଏ ସର୍ଭିସ କେବୁଲ ଖୁଣ୍ଟ ସହ ଛିଣ୍ଡି ପଡିଥିବା ଦେଖାଯାଇଛି। ହାଟଛକ ଠାରେ ସାଇଡ଼ ମାରିବା ବେଳେ ବସ୍ ମୁଖ୍ୟ ବିଦ୍ୟୁତ କେବୁଲରେ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ବସ ଅଟକାଇଥିବା ବେଳେ ଚାଳକ ଜଣକ ନ ଶୁଣି ଗାଡ଼ିକୁ ଦ୍ରୁତ ଗତିରେ ନେଇଯାଇଥିଲେ। ଫଳରେ ଏକ ଲୁହା ଖୁଣ୍ଟ ଓ ଗୋଟିଏ ସିମେଣ୍ଟ ଖୁଣ୍ଟ ଓ କେତେକ ସର୍ଭିସ କେବୁଲ ଛିଣ୍ଡି ପଡିଥିଲା। ତାର ଛିଡ଼ିଯିବାରୁ ମହିଧରପୁର ଗାଁର କିଛି ଅଞ୍ଚଳ ଅନ୍ଧାର ହୋଇଯାଇଥିବା ଦେଖାଯାଇଛି।

Share

Leave a Reply