ହାଟ ପଡ଼ିଆକୁ ସ୍ଥାନାନ୍ତର ହେଲା ନୂତନ ବସଷ୍ଟାଣ୍ଡ ଓ ପରିବା ମାର୍କେଟ, ଉଦଘାଟନ କଲେ ତହସିଲଦାର

You are currently viewing ହାଟ ପଡ଼ିଆକୁ ସ୍ଥାନାନ୍ତର ହେଲା ନୂତନ ବସଷ୍ଟାଣ୍ଡ ଓ ପରିବା ମାର୍କେଟ, ଉଦଘାଟନ କଲେ ତହସିଲଦାର

ଛେଣ୍ଡିପଦା: ଛେଣ୍ଡିପଦାରେ ନୂତନ ବସଷ୍ଟାଣ୍ଡ ଓ ପରିବା ମାର୍କେଟ ହାଟ ପଡ଼ିଆକୁ ସ୍ଥାନାନ୍ତର ହୋଇଛି। ଛେଣ୍ଡିପଦା ସରପଞ୍ଚ ସୁଦୀପ୍ତ ପ୍ରଧାନ ଓ ଜଗନ୍ନାଥ ବସ୍ ମାଲିକ ସଂଘ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ତହସିଲଦାର ଡାନିଏଲ ଏକା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ତିବିକ୍ରମ କୁମୁରା, ଥାନା ଅଧିକାରୀ ଧୀରେନ କୁମାର ବେହେରା, ଛେଣ୍ଡିପଦା ଜିଲ୍ଲାପରିଷଦ ସଭ୍ୟ ଯଶୋବନ୍ତ ପ୍ରସାଦ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ଗ୍ରାମ ସଭାପତି ଚନ୍ଦ୍ରମଣି ପ୍ରଧାନ, ଜିପିଓ ଓ ପଞ୍ଚାୟତ ଅଧିକାରୀଙ୍କ ସହିତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ଧରି ଛେଣ୍ଡିପଦା ମୁଖ୍ୟ ରାସ୍ତା ଉପରେ ପରିବା ମାର୍କେଟ ବସିବା ସହ ବସ୍ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା। ଏହି ସମସ୍ୟାକୁ ଏଡାଇବାକୁ ନୂତନ ବସଷ୍ଟାଣ୍ଡ ଓ ପରିବା ମାର୍କେଟକୁ ସ୍ଥାନାନ୍ତରିତ କରାଯାଇଛି।

Share

Leave a Reply