ଅପରାଧ ଉପରମୁହାଁ: ବସଷ୍ଟାଣ୍ଡରେ ବୁଲିଲା ଭୁଜାଲି

You are currently viewing ଅପରାଧ ଉପରମୁହାଁ: ବସଷ୍ଟାଣ୍ଡରେ ବୁଲିଲା ଭୁଜାଲି

ଅନୁଗୁଳ: ଅନୁଗୁଳ ବସଷ୍ଟାଣ୍ଡ ସ୍ଥିତ ବିମଳ ଜଳଖିଆ ଦୋକାନରେ କାରବାର ଚାଲିଥିବା ବେଳେ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଦୁଇଜଣ ଦୁର୍ବୃତ୍ତ ଏକ ଧଳା ରଙ୍ଗର କାରରେ ଆସି ସେଠାରେ ପହଞ୍ଚି ଥିଲେ। ସେ ଦୁହେଁ ଜଳଖିଆ ଓ ମିଠା ଖାଇସାରିବା ପରେ ଦୋକାନି ପଇସା ମାଗିଥିଲେ।

ଏଥିରେ ଦୁଇ ଯୁବକଙ୍କ ରାଗ ମୁଣ୍ଡକୁ ଚଢି ଯାଇଥିଲା। ପଇସା ନ ଦେଇ ସେ ଦୁହେଁ ଦୋକାନି ମାଲିକଙ୍କ ପୁଅ ସହ ଝଗଡା କରିଥିଲେ। ଏହାପରେ ଜଣେ ଯୁବକ ଗାଡିରୁ ଭୁଜାଲି ବାହାର କରି ଆକ୍ରମଣ କରିବା ବେଳକୁ ଦୋକାନି ମାଲିକ ବିମଳ ଅଟକାଇଦେଇଥିଲେ । ପୁଲିସ୍ ଖବର ପାଇ ପହଁଚିଲା ବେଳକୁ  ଦୁଇ ଦୁର୍ବୁତ ଫେରାର ହୋଇ ଯାଇଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ ଅନୁଗୁଳ, ନାଲକୋ ଅଞ୍ଚଳରେ ସମ୍ପ୍ରତି ଅପରାଧ ଗ୍ରାଫ ଉପରମୁହାଁ ହୋଇଛି।ଚୋରି, ଛିନତାଇ, ଲୁଟ, ସାଇବର କ୍ରାଇମ ଘନ ଘନ ହେବା ଦ୍ୱାରା ଜନ ସାଧାରଣ ଅସ୍ତବ୍ୟସ୍ତ ହୋଇ ପଡ଼ିଲେଣି । ନିୟମିତ ପୁଲିସ୍ ପାଟ୍ରୋଲିଂ ଏବଂ ପୁରୁଣା ଦାଗି ମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

Share

Leave a Reply