‘ହର୍ଷର ସହିତ ବ୍ୟବସାୟ’ ବାଣିଜ୍ୟ ସମ୍ମିଳନୀ ଆୟୋଜିତ, ଖୁସି ରହି ବେପାର କରିବା କଳା ଶିଖାଇଲେ ବିଶିଷ୍ଟ ବ୍ୟକ୍ତିତ୍ୱ

You are currently viewing ‘ହର୍ଷର ସହିତ ବ୍ୟବସାୟ’ ବାଣିଜ୍ୟ ସମ୍ମିଳନୀ ଆୟୋଜିତ, ଖୁସି ରହି ବେପାର କରିବା କଳା ଶିଖାଇଲେ ବିଶିଷ୍ଟ ବ୍ୟକ୍ତିତ୍ୱ

ଅନୁଗୁଳ: ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଠାରେ ରାଜଯୋଗ ଶିକ୍ଷା ଓ ଅନୁସନ୍ଧାନ ପ୍ରତିଷ୍ଠାନ ମାଉଣ୍ଟ ଆବୁ ଏବଂ ବ୍ରହ୍ମାକୁମାରୀଜ୍ ଅନୁଗୁଳର ମିଳିତ ପ୍ରୟାସରେ ବ୍ୟବସାୟ ଓ ଶିଳ୍ପ ପ୍ରଭାଗ ତରଫରୁ ‘ହର୍ଷର ସହିତ ବ୍ୟବସାୟ’ (ବିଜିନେସ ଉଇଥ୍ ହାପିନେସ) ଶୀର୍ଷକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ କୋହ୍ଲପୁରର ବିଶିଷ୍ଟ ମନୋବୈଜ୍ଞାନିକ ତଥା ବ୍ୟାବସାୟିକ ପ୍ରବକ୍ତା ଡକ୍ଟର ବି. କେ. ରଶ୍ମୀ ଏବଂ ପୁନେର ମୂଲ୍ୟବୋଧ ଶିକ୍ଷାର ପ୍ରେରଣାଦାୟୀ ବକ୍ତା ବି. କେ. ଭାଗ୍ୟଶ୍ରୀ ଯୋଗଦାନ କରି ନିଜ ନିଜ ବ୍ୟବସାୟ କରିବା ସହିତ କିପରି ସକାରାତ୍ମକ ଦୃଷ୍ଟିକୋଣ ଧାରଣ କରି ନିଜେ ସନ୍ତୁଷ୍ଟ ରହିପାରିବ ସେ ନେଇ ପରାମର୍ଶ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ବିଚାରପତି ଦୁର୍ଗା ଶଙ୍କରସ୍ୟ ମିଶ୍ର, ଅନୁଗୁଳ କନଫରେନସ ଅଫ ଆସୋସିଏସନ ଟ୍ରେଡର ( କ୍ଯାଟ )ର ଚେୟାରମ୍ୟାନ ରାଜକୁମାର ଶୁକ୍ଳା, ଅନୁଗୁଳ ଭାରତୀୟ ଜୀବନ ବୀମା ନିଗମର ମୁଖ୍ୟ ପ୍ରବନ୍ଧକ ପ୍ରାଣକୃଷ୍ଣ ଦାସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ପଲିଟେକନିକ୍ କଲେଜ, ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ ତଥା ଅନୁଗୁଳ ବିଇଡି କଲେଜରେ ମଧ୍ଯ ସମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୀନତି ଭଉଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share

Leave a Reply