ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ସାଂସଦ ରୁଦ୍ର ନାରାୟଣ ପାଣି, କଲେ ସୁସ୍ଥତା କାମନା

You are currently viewing ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ସାଂସଦ ରୁଦ୍ର ନାରାୟଣ ପାଣି, କଲେ ସୁସ୍ଥତା କାମନା

ଅନୁଗୁଳ: ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରାକ୍ତନ ରାଜ୍ୟ ବିଜେପି ସଭାପତି ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀରେ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି। ଏଥିସହ ତାଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି।

ସାଂସଦ ଶ୍ରୀ ପାଣି ଡା ପ୍ରଧାନଙ୍କୁ ଭେଟିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଓଡିଶା ବିଜେପିର ପ୍ରାଣ ପ୍ରତିଷ୍ଠାତା ଶ୍ରୀ ପ୍ରଧାନ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ଓଡିଶାର ଜାତୀୟ ରାଜପଥକୁ ଦୁଇ ଗୁଣ କରିଥିଲେ। ଏହି ସାକ୍ଷାତ ବେଳେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀଙ୍କ ଧର୍ମପତ୍ନୀ ବସନ୍ତ ମଞ୍ଜରୀ ପ୍ରଧାନ, ସାଂସଦଙ୍କ ସହ ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଉପସ୍ଥିତ ଥିଲେ।

Share

Leave a Reply