୭୨ ଥର ରକ୍ତଦାନ କରି ରେକର୍ଡ କଲେ ତାଳଚେରର ଶିକ୍ଷକ ଶାନ୍ତନୁ ସାହୁ

You are currently viewing ୭୨ ଥର ରକ୍ତଦାନ କରି ରେକର୍ଡ କଲେ ତାଳଚେରର ଶିକ୍ଷକ ଶାନ୍ତନୁ ସାହୁ

ଅନୁଗୁଳ: ୭୨ ଥର ରକ୍ତ ଦେଇ ଚର୍ଚ୍ଚାରେ ତାଳଚେରର ଶିକ୍ଷକ ଶାନ୍ତନୁ ସାହୁ। ପେସାରେ ଜଣେ ଶିକ୍ଷକ, କିନ୍ତୁ ନିଶା ତାଙ୍କର ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା। ଏଣୁ ଇତି ମଧ୍ୟରେ ସେ ୭୨ ଥର ରକ୍ତଦାନ କରିସାରିଲେଣି।
ତାଳଚେର ହେଂଶମୂଲ ନୋଡାଲ ସ୍କୁଲର ଶିକ୍ଷକ ଶାନ୍ତନୁ ସାହୁ  ମଣ୍ଡାପାଳ ହସ୍ପିଟାଲରେ ଥିବା ରକ୍ତ ଭଣ୍ଡାରରେ ୭୨ ଥର ପାଇଁ ରକ୍ତଦାନ କରିଛନ୍ତି। ଏହି ଅବସରରେ ଉପଜିଲ୍ଲାପାଳ, ସ୍କୁଲର ଶିକ୍ଷକ, ମଣ୍ଡାପାଳ ହସ୍ପିଟାଲର ମୁଖ୍ୟ ଡାକ୍ତର ନନ୍ଦୀ ଉପସ୍ଥିତ ରହି ତାଙ୍କୁ ଉତ୍ସାହିତ କରିଥିଲେ। ତେବେ ଆଗକୁ ମଧ୍ୟ ରକ୍ତ ଦାନ କରିବେ ବୋଲି କହିଛନ୍ତି ଶାନ୍ତନୁ ସାର।

Share

Leave a Reply