ଲିଙ୍ଗରାଜ ଏମସିଏଲ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ, ଫୁସଫୁସ୍ ଜନିତ ରୋଗ ବିଷୟରେ ଜାଣିଲେ ତାଳଚେରବାସୀ

You are currently viewing ଲିଙ୍ଗରାଜ ଏମସିଏଲ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ, ଫୁସଫୁସ୍ ଜନିତ ରୋଗ ବିଷୟରେ ଜାଣିଲେ ତାଳଚେରବାସୀ

ଅନୁଗୁଳ : ଅନୁଗୁଳ ଜିଲ୍ଲା ତାଳଚେର ଏମସିଏଲ ଲିଙ୍ଗରାଜ ପକ୍ଷରୁ ଦେଉଳବେଡା ସ୍ଥିତ ଏମସିଏଲ ହସ୍ପିଟାଲ ସାମ୍ନାରେ ଏକ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଦେଉଳବେଡ଼ା ଏମସିଏଲ ହସ୍ପିଟାଲର ଡାକ୍ତର ଆଲମ୍ ଓ ଡାକ୍ତର ଯୁଗନାଥ କୌସିକ ଉପସ୍ଥିତ ରହି ଫୁସଫୁସ୍ ଜନିତ ରୋଗ ବିଷୟରେ ସଚେତନ କରିଥିଲେ। ଡାକ୍ତର କହିଥିଲେ, ତାଳଚେର ଏକ କୋଇଲା ନଗରୀ ସହର ହୋଇଥିବା ବେଳେ ଏଠାରେ ଅନେକ ଲୋକ ଫୁସଫୁସ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ତେଣୁ ଅଭିନୟ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ସହ ପ୍ରତ୍ୟକ୍ଷ ଭାବେ ଫୁସଫୁସ ବିଷୟରେ ଜାଣିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ଫୁସଫୁସଜନିତ ସମସ୍ୟା ଆଡ଼କୁ ଗତି କରୁଥିବା ଲୋକର ଲକ୍ଷଣ ବିଷୟରେ ସୂଚନା ଦିଆଯାଇଥିଲା। ଏ ଅବସରରେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିବା ଜଣାଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ଶହ ଶହ ଲୋକ ନିଜ ସ୍ୱାସ୍ଥ୍ୟକୁ ନେଇ ସଚେତନ ହୋଇଥିଲେ।

Share

Leave a Reply