ଲୁଟେରାଙ୍କ ଚରାଭୂଇଁ ଅନୁଗୁଳ! ଖଣ୍ଡା ଦେଖାଇ ବ୍ୟବସାୟୀଙ୍କଠୁ ଲୁଟିଲେ ଲକ୍ଷାଧିକ ଟଙ୍କା

You are currently viewing ଲୁଟେରାଙ୍କ ଚରାଭୂଇଁ ଅନୁଗୁଳ! ଖଣ୍ଡା ଦେଖାଇ ବ୍ୟବସାୟୀଙ୍କଠୁ ଲୁଟିଲେ ଲକ୍ଷାଧିକ ଟଙ୍କା

ଅନୁଗୁଳ: ଲୁଟେରାଙ୍କ ଚରାଭୂଇଁ ପାଲଟିଲାଣି ଅନୁଗୁଳ। ସୋମବାର ନିଶା ଶିଳ୍ପାଞ୍ଚଳ ଥାନା ଇଲାକା ପରଙ୍ଗ ନିକଟରେ ଖଣ୍ଡା ଦେଖାଇ ଜଣେ ବେପାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ସ୍ଥାନୀୟ ବିଦେଶୀ ମଦ ଦୋକାନର ମ୍ୟାନେଜର ମିଥିଲେଶ ରାୟ ଦୋକାନରୁ ଏକ ଲକ୍ଷ ନବେ ହଜାର ଟଙ୍କା ନେଇ ବାଇକରେ ଅନୁଗୁଳ କାର୍ଯ୍ୟାଳୟରେ ଜମା କରିବାକୁ ଯାଉଥିଲେ। ପରଙ୍ଗ ନିକଟରେ ଛେଣ୍ଡିପଦା ଆଡ଼ୁ ୩ ଜଣ ଯୁବକ ଏକ ବାଇକରେ ଆସି ତାଙ୍କୁ ଅଟକାଇଥିଲେ। ମିଥିଲେଶଙ୍କୁ ଖଣ୍ଡା ଦେଖାଇ ତାଙ୍କ ପାଖରେ ଥିବା ଟଙ୍କା ମାଗିଥିଲେ। ଜୀବନ ବିକଳରେ ମିଥିଲେଶ ତାଙ୍କ ପାଖରେ ଥିବା ସବୁତକ ଟଙ୍କା ଦେଇଦେଇଥିଲେ। ଯୁବକମାନେ ଟଙ୍କା ନେଇ ଅନୁଗୁଳ ଆଡ଼କୁ ଚାଲିଯାଇଥିବା ନେଇ ମିଥିଲେଶ ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।

Share

Leave a Reply