ଅନୁଗୁଳ: କ୍ୟାଟ ଅନୁଗୁଳ ଜିଲ୍ଲା ଶାଖାର ଚତୁର୍ଥ ପ୍ରତିଷ୍ଠା ଦିବସ ହୋଟେଲ କମଲେସ କଣ୍ଟିନେଣ୍ଟାଲ ଠାରେ ଆୟୋଜିତ ହୋଇଛି। କ୍ୟାଟ ଅନୁଗୁଳର ଅଧ୍ୟକ୍ଷ ରାଜ୍ କୁମାର ଶୁକ୍ଳାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, କ୍ୟାଟର ଜାତୀୟ ଉପାଧ୍ୟକ୍ଷ ବ୍ରିଜ ମୋହନ ଅଗ୍ରୱାଲ, ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଅନୁଗୁଳ ପୌରପାଳିକାର ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, କ୍ୟାଟର ଉପଦେଷ୍ଟା ଜିତେନ୍ଦ୍ର ଗୁପ୍ତା ଓ ସୁଦର୍ଶନ ଅଗ୍ରୱାଲ, ସ୍କ୍ରିନିଂ କମିଟିର ଚେୟାରମ୍ୟାନ ଆନନ୍ଦ ଅଗ୍ରୱାଲ ଯୋଗ ଦେଇଥିଲେ।
କ୍ୟାଟର ଜାତୀୟ ଉପାଧ୍ୟକ୍ଷ ବ୍ରିଜମୋହନ ଅଗ୍ରୱାଲ ନୂତନ ସଭାପତି କମଲ ଅଗ୍ରୱାଲଙ୍କୁ ଶପଥ ପାଠ କରାଇ ଥିଲେ। ନୂତନ ସଭାପତି ନବ ଗଠିତ ଟିମର ସମ୍ପାଦକ ଭାବେ ରୋହିତ ଲିହାଲା, କୋଷାଧ୍ୟକ୍ଷ ଅନିଲ ବଂସଲ , ଉପ ସଭାପତି ଆଶିଷ ଅଗ୍ରୱାଲ ଓ କୈଳାସ ଜିନ୍ଦଲ, ସହ ସମ୍ପାଦକ ସୁରଜ ମୋଦି, ସୂଚନା ଲୋକସମ୍ପର୍କ ଅଧିକାରୀ ଜଗନ୍ନାଥ ଅଗ୍ରୱାଲ, ନନ୍ଦୁଲାଲ ଅଗ୍ରୱାଲ, ଗୋପାଳ ମୁନନ୍ଦ୍ରା, ମହେଶ ଅଗ୍ରୱାଲ, ସଂଜୀବ ଜେନ, ସତ୍ୟ ନାରାୟଣ ମାଣ୍ଡୋଠିଆ, ମନୋଜ ଅଗ୍ରୱାଲ, ଶ୍ରୀରାମ ମାଣ୍ଡୋଠିଆ, ଗୌରବ ଅଗ୍ରୱାଲ, ଦୀପକ ମହାନ୍ତି ଓ ଅନ୍ୟାନ୍ୟ ନୂତନ ସଦସ୍ୟଙ୍କୁ ଶପଥ ପାଠ କରାଇଥିଲେ।