ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଏମ୍ବିଏ ବିଭାଗ ଦ୍ବାରା ଏକ କ୍ୟାମ୍ପସ ପ୍ଲେସମେଣ୍ଟ ଆୟୋଜିତ ହୋଇଯାଇଛି। ଏଥିରେ କୋକାକୋଲା କମ୍ପାନିର ନିଯୁକ୍ତିଦାତା ଅଂଶଗ୍ରହଣ କରିଥିଲେ। ଅଧ୍ୟକ୍ଷ ଡଃ. ବସନ୍ତ କୁମାର ସାହୁ ଏହାକୁ ଉଦଘାଟନ କରି ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗର ସଦୁପଯୋଗ କରିବାକୁ ଆହ୍ବାନ ଦେଇଥିଲେ। ଟ୍ୟାଲେଣ୍ଟ ପ୍ରୋ କମ୍ପାନୀର ମୁଖ୍ୟ ପରିଚାଳକ ସୌମ୍ୟ ବୋଷ, କୋକାକୋଲା ଏଚ ଆର୍ ମ୍ୟାନେଜର ଦିବ୍ୟ ରଞ୍ଜନ କୁମ୍ବାର, ଏରିଆ ସେଲସ୍ ମ୍ୟାନେଜର ଅଭିଷେକ ମହାନ୍ତି, ସେଖ୍ ଜାହିର ମନୋନୟନ ପ୍ରକ୍ରିୟା ସମ୍ପାଦନ କରିଥିଲେ। ନିଯୁକ୍ତିଦାତା ମାନେ ଛାତ୍ରଛାତ୍ରୀଙ୍କ ସାକ୍ଷାତକାରକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ବିଭାଗୀୟ ମୁଖ୍ୟ ଦୀପକ ମିଶ୍ର ନିଯୁକ୍ତିଦାତା ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଭବିଷ୍ୟତରେ କିଭଳି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ ବୋଲି ଆଶାବ୍ୟକ୍ତ କରିଥିଲେ। ବିଭାଗୀୟ ଅଧ୍ୟାପିକା ଲିପିକା ପରିଡ଼ା, ବିଶ୍ବଜିତ ବିଶ୍ବାଳ ସହଯୋଗ କରିଥିଲେ।
ଅନୁଗୁଳ କଲେଜରେ ଏମ୍ବିଏ ବିଭାଗ ଦ୍ବାରା କ୍ୟାମ୍ପସ ପ୍ଲେସମେଣ୍ଟ
- Post published:March 17, 2026
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul


