ଆଳୁ ଦାମ୍ ବୃଦ୍ଧିକୁ କଂଗ୍ରେସର ବିରୋଧ, ଦର ନିୟନ୍ତ୍ରଣ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ

You are currently viewing ଆଳୁ ଦାମ୍ ବୃଦ୍ଧିକୁ କଂଗ୍ରେସର ବିରୋଧ, ଦର ନିୟନ୍ତ୍ରଣ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ

ଅନୁଗୁଳ: ଆଳୁ ଦର ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ଗ୍ରାହକଙ୍କ ମୁଣ୍ଡ ବିନ୍ଧା ବଢ଼ିଛି। ରାଜ୍ୟରେ ଆଳୁ ସମେତ ଅନ୍ୟ ପରିବାର ଦର ବୃଦ୍ଧିକୁ ବିରୋଧ କରି ଅନୁଗୁଳ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି।

ଅନୁଗୁଳ ଜିଲ୍ଲାରେ ଆଳୁ ଦର ୪୦ ଟଙ୍କା ଉପରେ ରହିଛି।ଜିଲ୍ଲାରେ ଆଳୁ ଓ ଅନ୍ୟାନ୍ୟ ପନିପରିବା ଦର ବୃଦ୍ଧି ବିରୋଧରେ ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସର ପୂର୍ବତନ ଉପ ସଭାପତି ବଲବୀର ସିଂ ଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟକୁ ଯାଇ ଆଳୁ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ। ଆଗାମୀ ଦିନରେ ଦର ନିୟନ୍ତ୍ରଣ ନ ହେଲେ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ତରଫରୁ ଚେତାବନୀ ଦିଆଯାଇଛି।

ଏହି ପ୍ରତିବାଦ ବେଳେ ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ସାହୁ, ଯୁବ କଂଗ୍ରେସ ପୂର୍ବତନ ଉପ ସଭାପତି ଅଭିଷେକ ନାଏକ, ସଂଗ୍ରାମ ବେହେରା, ଜିଲ୍ଲା କଂଗ୍ରେସର ପୂର୍ବତନ ସଂପାଦକ ସଂଗ୍ରାମ ବେହେରା, ଛାତ୍ର ନେତା ମାନସ ବିଶ୍ୱାଳ, ଶୁଭମ ସାହୁ ସହ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Share

Leave a Reply