ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡ଼ କନ୍ତକୁଳ ପଞ୍ଚାୟତ କଞ୍ଜା ଗାଁର ବୁଦ୍ଧଦେବ ପ୍ରଧାନଙ୍କ ଚାଷ ଜମିରେ କେନାଲ ଖୋଳା ଯାଉଥିବାରୁ ସେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, କଞ୍ଜା ଗ୍ରାମର ବୁଦ୍ଧଦେବ ପ୍ରଧାନଙ୍କ ଚାଷ ଜମି ଖାତା ନମ୍ବର ୬୯ ପ୍ଲଟ ନମ୍ବର ୧୫୯୯/୧୬୦୪/୧୬୦୫/୧୬୦୮ରେ ରହିଛି। ଏହି ଜମିରେ ଆମ୍ବ, ପଣସ, ଲେମ୍ବୁ ଚାଷ କରି ବୁଦ୍ଧଦେବ ପରିବାର ପ୍ରତିପୋଷଣ କରୁଥିଲେ। କିଛି ଦିନ ତଳେ ସେ ଚାଷ ଜମିକୁ ଯାଇ ଦେଖିଲା ବେଳକୁ ଜମି ମଧ୍ୟରେ କେନାଲ ଖୋଳା ଯାଇଛି। ଏ କେନାଲ କାହିଁକି ଖୋଳା ଯାଇଛି ତାହା ବୁଦ୍ଧଦେବଙ୍କୁ ବି ଜଣାଯାଇନାହିଁ। ଏ ନେଇ ଗାଁରେ ବୁଝିବାରୁ କୌଣସି ସନ୍ତୋଷ ଭାବେ ଉତ୍ତର ନ ମିଳିବାରୁ ଆଜି ବାଧ୍ୟ ହୋଇ ସେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
ବିନା ଅନୁମତିରେ ଚାଷ ଜମିରେ ଖୋଳାଯାଇଛି କେନାଲ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ କ୍ଷେତ ମାଲିକ
- Post published:April 10, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
