ଖାଉଟି ବିବାଦ ବିଚାର ଆୟୋଗ ପକ୍ଷରୁ କାନାଡ଼ା ବ୍ୟାଙ୍କ ଦଣ୍ଡିତ

You are currently viewing ଖାଉଟି ବିବାଦ ବିଚାର ଆୟୋଗ ପକ୍ଷରୁ କାନାଡ଼ା ବ୍ୟାଙ୍କ ଦଣ୍ଡିତ

ଅନୁଗୁଳ: ଗ୍ରାହକଙ୍କୁ ସେବା ପ୍ରଦାନରେ ତ୍ରୁଟି ନିମନ୍ତେ ଗତ ୧୨ ତାରିଖରେ ଅନୁଗୁଳ ଖାଉଟି ବିବାଦ ବିଚାର ଆୟୋଗ ପକ୍ଷରୁ ଅନୁଗୁଳ କାନାଡ଼ା ବ୍ୟାଙ୍କକୁ ଦଣ୍ଡିତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ମିଶ୍ରପଡାର ମନୋରମା ପଟ୍ଟନାୟକ ଓ ତାଙ୍କ ସ୍ୱାମୀ ହେମନ୍ତ କୁମାର ପଟ୍ଟନାୟକ କାନାଡ଼ା ବ୍ୟାଙ୍କରେ ଏକ ଯୁଗ୍ମ ଆକାଉଣ୍ଟ ଖୋଲିଥିଲେ।୨୦୦୮ ମସିହାରେ ସ୍ୱାମୀଙ୍କ ମୃତ୍ୟୁ ପରେ ମନୋରମା ଏକା ଖାତା ବ୍ୟବହାର କରୁଥିଲେ।ମେ ୨୦୧୮ରେ ଜାତୀୟ ରାଜପଥ ଅଥରିଟି ଦ୍ୱାରା ତାଙ୍କ ଜମି ଅଧିଗ୍ରହଣ ଯୋଗୁଁ ଏଲଏଓ ପକ୍ଷରୁ ତାଙ୍କ ଆକାଉଣ୍ଟକୁ ଏକ ଲକ୍ଷ ଟଙ୍କା ଆସିଥିଲା। ଏହାର କିଛି ଦିନପରେ ଟଙ୍କା ଉଠାଇବାକୁ ଯାଇ ମନୋରମା ଦେଖିଲେ ତାଙ୍କ ପାସବୁକକୁ ଫ୍ରିଜ କରି ଦିଆଯାଇଛି। ବ୍ୟାଙ୍କକୁ ଯାଇ ବୁଝିଲେ ଜିଲ୍ଲା ଅଫିସର ଏକ ଚିଠି ମାର୍ଚ୍ଚ ୨୦୧୯ ବଳରେ ଆକାଉଣ୍ଟକୁ ଫ୍ରିଜ କରାଯାଇଛି। ଏଲଏଓ ଅଫିସ ଯାଇ ବୁଝିବାରୁ ଜଣାଗଲା ମନୋରମାଙ୍କ ଆକାଉଣ୍ଟକୁ ୩୩୯୨୦ ଟଙ୍କା ଭୁଲ ବଶତଃ ଅଧିକ ପେମେଣ୍ଟ ହୋଇଥିବାରୁ କେବଳ ଉକ୍ତ ଆକାଉଣ୍ଟର ୪୦ ହଜାର ଟଙ୍କା ଅଟକ ରଖିବାକୁ ନିର୍ଦେଶ ଦିଆଯାଇଛି। କିନ୍ତୁ ବ୍ୟାଙ୍କ ନବୁଝି ପୁରା ଆକାଉଣ୍ଟକୁ ଫ୍ରିଜ କରିଦେଇଥିଲେ। ଶେଷରେ ମନୋରମା ୩୦.୧୨.୨୦୧୯ ରେ ଖାଉଟି ମଞ୍ଚର ସହାୟତା ଲୋଡିଥିଲେ।

ଉଭୟ ପକ୍ଷର ଜବାବ ଶୁଣି ମଞ୍ଚର ସଭାପତି ସରୋଜ କୁମାର ସାହୁ ତାଙ୍କ ଦୁଇ ଜଣିଆ ବେଞ୍ଚ ଗତ ୧୨ ତାରିଖରେ କାନାଡ଼ା ବ୍ୟାଙ୍କର ତ୍ରୁଟି ଥିବା ଉପଲବ୍ଧି କରି ଏକ ମାସ ମଧ୍ୟରେ ୧୦ ହଜାର ଟଙ୍କା କ୍ଷତିପୂରଣ ଏବଂ ମକଦ୍ଦମା ଖର୍ଚ ୨ ହଜାର ଟଙ୍କା ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। ମନୋରମାଙ୍କ ପକ୍ଷରୁ ଆଡଭୋକେଟ ଦୀପକ କୁମାର ପାଣି ମକଦ୍ଦମା ପରିଚାଳନା କରିଥିଲେ ।

Share

Leave a Reply