ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ସଂରକ୍ଷିତ ଜଙ୍ଗଲରେ ଶିକାର ଉଦେଶ୍ୟରେ ବେଆଇନ ଭାବେ ହୁକ ପକାଇବା ଅଭିଯୋଗରେ ବନ ବିଭାଗ ଜଣେ ଶିକାରୀଙ୍କୁ ରବିବାର ଗିରଫ କରିଛି। ସୂଚନା ଅନୁଯାୟୀ, ଗୁମ୍ଫାହିଲ ସଂହରକ୍ଷିତ ଜଙ୍ଗଲରେ ଜନ୍ତୁ ଶିକାର କରିବା ଲାଗି ବେଆଇନ ଭାବେ ହୁକ ପକାଉଥିବା ଅଭିଯୋଗ ହୋଇ ଆସୁଥିଲା। ଏ ନେଇ ବନ ବିଭାଗ ତରଫରୁ ଛାନ୍ଭିନ୍ ଚାଲିଥିଲା। ବନ ବିଭାଗ ତଦନ୍ତକରି କଣିହାଁ ବୁରୁବାହାଳ ଗାଁର ହୃଷୀକେଶ ଦାସ(୨୩)ଙ୍କ ନାମରେ ଏକ ମାମଲା ରୁଜ୍ଜୁ କରି ରବିବାର କୋର୍ଟ ଚାଲଣ କରିଛ। ଏହି ଘଟଣାରେ ସେହି ଗାଁର ଅଶୋକ ନାଏକ(୩୨) ଓ କୈଳାସ ଦାସ(୩୪) ସମ୍ପୃକ୍ତ ଥିବା ଜଣା ଯାଇଛି। ସେମାନେ ଫେରାର ଅଛନ୍ତି ବୋଲି ବନବିଭାଗ କହିଛି।
ହୁକ ପକାଇ ଶିକାରୀ ଗିରଫ
- Post published:August 22, 2021
- Post category:ଘଟଣା ଓ ଦୁର୍ଘଟଣା / ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
You Might Also Like
ଛତିଶଗଡ଼ରେ ଅଟକ ଅଛି ତାଳଚେରର କୋଇଲା ବୋଝେଇ ଟ୍ରକ, ତୁରନ୍ତ ଫେରାଇ ଆଣିବାକୁ ଉପଜିଲ୍ଲାପାଳଙ୍କୁ ଦାବି କଲେ ଟ୍ରକ ମାଲିକ ସଂଘ
ପ୍ରାକ ଗର୍ଭାବସ୍ଥା ଓ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ ସମ୍ପର୍କୀତ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି ବୈଠକ





