ଗଞ୍ଜେଇ ଚାଷ ନଷ୍ଟ କରିଲା ଅବକାରୀ ବିଭାଗ

You are currently viewing ଗଞ୍ଜେଇ ଚାଷ ନଷ୍ଟ କରିଲା ଅବକାରୀ ବିଭାଗ

ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗ ଦ୍ବାରା ଗୁରୁବାର ଜରପଡ଼ା ଥାନା ଅନ୍ତର୍ଗତ ମାଟିଗାଡ଼ିଆସାହିରେ ପ୍ରାୟ ୧ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଦ୍ବାରା ଏହି ଚଢ଼ାଉ କରାଯାଇଥିଲା। ଗଞ୍ଜେଇଗଛକୁ କାଟି ପୋଡ଼ି ଦିଆଯାଇଛି। ଏ ଗଞ୍ଜେଇ ଚାଷ କିଏ କରିଥିଲା, କାହା ଜମିରେ ଏହି ଚାଷ ହୋଇଥିଲା ସେ ନେଇ ବିଭାଗ ତରଫରୁ ତଦନ୍ତ ଆରମ୍ଭ କରାଯାଇଛି।

Share

Leave a Reply