ଆଜିର ଦିନରେ ସହିଦ ହୋଇଥିଲେ ଭାରତର ଶେରଶାହ କ୍ୟାପଟେନ ବିକ୍ରମ ବାତ୍ରା, ପାକିସ୍ତାନକୁ ଦେଖାଇଥିଲେ ଔକାତ୍

0

ଅନୁଗୁଳ: ୧୯୯୯ ମସିହାର ଆଜିର ଦିନରେ ଦ୍ରାସ ସବ ସେକ୍ଟରରେ ସହିଦ ହୋଇଥିଲେ ଭାରତର ଶେରଶାହ କ୍ୟାପଟେନ ବିକ୍ରମ ବାତ୍ରା। ତାଙ୍କର ଅମର କାହାଣୀ ଆଜି ବି ଭାରତୀୟ ସୈନିକଙ୍କୁ ଉତ୍ସାହିତ ଓ ଉନ୍ମାଦିତ କରେ। ଆଉ ତାଙ୍କ ବୀରତ୍ୱ ସିନେ କାହାଣୀରେ ପ୍ରଦର୍ଶିତ ବି ହୋଇଛି , ଯାହା କୋଟି କୋଟି ଭାରତୀୟଙ୍କୁ ଦେଶସେବାରେ ବ୍ରତୀ ହେବାକୁ ଉତ୍ସାହିତ କରେ।

ଆଇଏମ୍ଏର ଛାତ୍ର ବିକ୍ରମ ପିଲାଟି ଦିନରୁ ସାହସୀ ଥିଲେ। ସୈନିକ ହେବା ପାଇଁ ତାଙ୍କର ଅଦମ୍ୟ ଇଚ୍ଛା। ଚାକିରି ଜୀବନରେ ଅନେକ ଲଢେଇ କରି ସେ ବିଜୟୀ ମଧ୍ୟ ହୋଇଥିଲେ। ଶେଷରେ ଦ୍ରାସ୍ ରେ ତାଙ୍କୁ ପଏଣ୍ଟ ୪୮୭୫ କୁ ଅକ୍ତିଆର କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ମିଳିଲା। ୧୩ ଜମ୍ମୁ କାଶ୍ମୀର ରାଇଫଲ୍ ଡିଭିଜନର ସେନା ବିକ୍ରମଙ୍କୁ ଡେଲଟା କମ୍ପାନୀ ସହାୟତାରେ ଏହି ଯୁଦ୍ଧ ଲଢ଼ିବାକୁ କୁହାଗଲା। ପାଞ୍ଚ ଜୁଲାଇରୁ ପିକ୍ ଚଢିବା ଆରମ୍ଭ କଲେ କ୍ୟାପ୍ଟେନ ବିକ୍ରମ ବାତ୍ରା। ତାଙ୍କୁ ସାମାନ୍ୟ ଜ୍ଵର ହେଉଥିଲା। ଏଣୁ ସାଥୀମାନେ କହିଲେ ସାର୍ ଆପଣ ଫେରି ଯାଆନ୍ତୁ ଆମେ ସମ୍ଭାଳି ନେବୁ। ହସି ଦେଲେ ବିକ୍ରମ। ଏଣେ ପାକିସ୍ତାନୀ ସୈନିକ ମାନେ ପୀକ ଟପ୍ ରେ ଥାଇ ମେସିନ ଗନ ଓ ମୋର୍ଟାର ଜରିଆରେ ଆକ୍ରମଣ କରୁଥାନ୍ତି। ବିକ୍ରମଙ୍କ ସାଥି ମାନେ ଜଣେ ପରେ ଜଣେ ସହିଦ ହେଉଥାନ୍ତି। କାରଣ ଉପରୁ ଗୁଳି ମାଡ଼କୁ ଅଟକାଇବା କଷ୍ଟକର ହେଉଥାଏ।

ସାତ ଜୁଲାଇ ସକାଳ ହେଲାଣି ଆଉ ସମ୍ଭାଳି ପାରିଲେନି ବିକ୍ରମ। ଦୁଇ ଦିନ ଦୁଇ ରାତି ଲୁଚି ଛପି ଘୁଷୁରି ଘୁଷୁରି ଚଢ଼ୁଥିବା ବିକ୍ରମ ଟପ୍ ପାଖେଇ ଯାଇଥିବା ଦେଖି ଜୟ ମା ଦୁର୍ଗା କହି ଗୋଟେ ଗ୍ରେନେଡ ଫିଙ୍ଗିଥିଲେ। ଏଥିରେ ପାକିସ୍ତାନୀ ବଙ୍କର୍ ଉଡ଼ିଯିବା ସହ ପାଞ୍ଚ ସୈନ୍ୟ ଟଳି ପଡ଼ିଥିଲେ। କ୍ଷତାକ୍ତ ବିକ୍ରମ ନିଜ ରାଇଫଲ୍ ରୁ ଆଖିବୁଜା ଗୁଳି କଲେ। ସେପଟୁ ମଧ୍ୟ କାଉଣ୍ଟର ଆଟାକ ହେଲା। ଏହି କାଉଣ୍ଟର ଆଟାକରେ ଟଳି ପଡ଼ିଥିଲେ ବିକ୍ରମ ବତ୍ରା। ତାଙ୍କର ସାଥୀମାନେ ପିକ୍ ଉପରେ ତିରଙ୍ଗା ଉଡାଇଲେ।

ପରେ କ୍ୟାପଟେନ ବାତ୍ରାଙ୍କ ଅସୀମ ବଳିଦାନ ଓ ଦେଶ ଭକ୍ତି ପାଇଁ ତାଙ୍କୁ ମିଳିଥିଲା ପରମ ବୀର ଚକ୍ର।

Leave A Reply

Your email address will not be published.

error: Content is protected !!