କାର ଧକ୍କାରେ ଭାଙ୍ଗି ପଡ଼ିଲା ବିଦ୍ୟୁତ ଖୁଣ୍ଟ, ଅଳ୍ପକେ ବର୍ତ୍ତିଲେ ଚାଳକ

You are currently viewing କାର ଧକ୍କାରେ ଭାଙ୍ଗି ପଡ଼ିଲା ବିଦ୍ୟୁତ ଖୁଣ୍ଟ, ଅଳ୍ପକେ ବର୍ତ୍ତିଲେ ଚାଳକ

 

ଅନୁଗୁଳ: ଅନୁଗୁଳ ଗାନ୍ଧୀ ମାର୍ଗ ସ୍ଥିତ ହନୁମାନ ମନ୍ଦିର ସାମ୍ନାରେ ଥିବା ବିଦ୍ୟୁତ ଖୁଣ୍ଟକୁ ଆଜି ଏକ କାର ଧକ୍କା ଦେଇଛି। ସୌଭାଗ୍ୟବଶତଃ ଦୁର୍ଘଟଣାରେ କାର ଚାଳକଙ୍କର କିଛି କ୍ଷତି ହୋଇନାହିଁ। କିନ୍ତୁ ଗାଡ଼ି ପିଟି ହେବାରୁ ଖୁଣ୍ଟଟି ଭାଙ୍ଗିପଡ଼ିଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଶନିବାର ସନ୍ଧ୍ୟାରେ ଏକ ହ୍ୟୁଣ୍ଡାଇ କାର (ଓଡି ୧୯ ଡି ୧୪୦୧) ଦ୍ରୁତ ଗତିରେ ଆସି ଗାନ୍ଧୀ ମାର୍ଗ ସ୍ଥିତ ହନୁମାନ ମନ୍ଦିର ସାମ୍ନାରେ ଥିବା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ଫଳରେ ଖୁଣ୍ଟଟି ଭାଙ୍ଗି ବିଦ୍ୟୁତ ତାର ସମେତ କାର ଉପରେ ପଡ଼ିଥିଲା। ଏହା ଦେଖି ରାସ୍ତା କଡରେ ଥିବା ଘରର ଲୋକେ ଛତ୍ରଭଙ୍ଗ ଦେଇଥିଲେ। ଫଳରେ କାହାର କିଛି କ୍ଷତି ହୋଇନାହିଁ।
ଅନ୍ୟପଟେ ଖୁଣ୍ଟ ପଡ଼ି କାରର ସାମ୍ନା ପଟ ଚୁରମାର ହୋଇଯାଇଛି। ଖବର ପାଇ ଅନୁଗୁଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର ଭିତରୁ ଚାଳକକୁ ଉଦ୍ଧାର କରି ଥାନାକୁ ନେଇଥିବା ଜଣାଯାଇଛି।

Share

Leave a Reply