ସ୍କୁଟିକୁ ପିଟିଲା କାର, ଚାଳକ ଆହତ

You are currently viewing ସ୍କୁଟିକୁ ପିଟିଲା କାର, ଚାଳକ ଆହତ

ଅନୁଗୁଳ: ଅନୁଗୁଳ ସହର ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଛକ ନିକଟ ଚାନ୍ଦସି କ୍ଲିନିକ୍ ସମ୍ମୁଖରେ କାର ଓ ସ୍କୁଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ଚାଳକ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ ଆଜି ମଧ୍ୟାହ୍ନ ସମୟରେ ଗିରାଙ୍ଗ ଛକ ନିକଟସ୍ଥ ଚାନ୍ଦସି କ୍ଲିନିକ୍ ସମ୍ମୁଖରେ ଏକ ସ୍କୁଟି (MH 32 AT 2355)କୁ ଏକ କାର (OR 02 BG 7368) ଧକ୍କା ଦେଇଥିଲା। ଫଳରେ ସ୍କୁଟି ଚାଳକ ଆହତ ହୋଇଥିବା ଜଣାପଡ଼ିଛି। ତେବେ ସ୍ଥାନୀୟ ଲୋକେ ସ୍କୁଟି ଚାଳକଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ପଠାଇଥିବା ଜଣାଯାଇଛି।

Share

Leave a Reply