ଅନୁଗୁଳ : କଣିହାଁ ବନାଞ୍ଚଳରୁ କେନ୍ଦୁପତ୍ର ଚୋରା କାରବାର ବୃଦ୍ଧି ପାଇବା ବନ ବିଭାଗର ଚିନ୍ତା ବଢ଼ାଇଛି। ରବିବାର ବିଳମ୍ବିତ ରାତିରେ କଂସମୁଣ୍ଡା-କଣିହାଁ ରାସ୍ତାରେ କଣିହାଁ ବନବିଭାଗ ପକ୍ଷରୁ ପାଟ୍ରୋଲିଂ ବେଳେ ଏକ କାର (ଜେଏଚ୍ ୦୫ ଏଲ୍ -୮୪୦୦)କୁ ସନ୍ଦେହଜନକ ଅବସ୍ଥାରେ ଦେଖି ବିଭାଗୀୟ କର୍ମଚାରୀ ପିଛା କରିଥିଲେ। ରାତି ପ୍ରାୟ ସାଢ଼େ ଦୁଇଟା ବେଳେ ବନବିଭାଗର ଗାଡ଼ି ପିଛା କରୁଥିବା ଜାଣିପାରି କାର୍ ଚାଳକ କଂସମୁଣ୍ଡା ଗ୍ରାମ ମଝିରେ ଗାଡ଼ି ରଖି ଚମ୍ପଟ୍ ମାରିଥିଲା। ଏ ନେଇ କଣିହାଁ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରିଥିବା ବେଳେ ଅନୁସନ୍ଧାନ ଚଳାଇଥିବା ଜଣାପଡିଛି । କାରରୁ ୫୫ ବିଡ଼ା କେନ୍ଦୁପତ୍ର ଜବତ କରାଯାଇଥିଲା । କେନ୍ଦୁପତ୍ର ଅନୁଗୁଳ ଚାଲାଣ ହେଉଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫୫ ହଜାର ଟଙ୍କା ହେବ ବୋଲି ହେବ ବୋଲି ରେଞ୍ଜଅଧିକାରୀ ନୀଳମଣି ଦେହୁରୀ ପ୍ରକାଶ କରିଛନ୍ତି। ଶ୍ରୀ ଦେହୁରୀଙ୍କ ନେତୃତ୍ବରେ ଏହି ପାଟ୍ରୋଲିଂ ଟିମ୍ରେ ବନପାଳ ପ୍ରଦୀପ କୁମାର ପ୍ରଧାନ, ହରେକୃଷ୍ଣ ଦେହୁରୀ, ବନରକ୍ଷୀ ଦୀପକ ସାହୁ,ହାତୀ ସ୍କ୍ୱାଡ୍ ସାମିଲ ଥିଲେ। କଣିହାଁ ଅଂଚଳରୁ ବାଲି, ମାଟି ପରେ କେନ୍ଦୁପତ୍ର ଚୋରା ଚାଲାଣକାରୀ ସକ୍ରିୟ ହୋଇଥିବା ଚର୍ଚ୍ଚାର ବିଷୟ ପାଲଟିଛି ।
କେନ୍ଦୁପତ୍ର ବୋଝେଇ କାର୍ ଜବତ, ଚାଳକ ଚମ୍ପଟ୍
- Post published:June 15, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
