ଅନୁଗୁଳ: ଲୁଣକୁ କେବଳ ଆମ ସ୍ୱାଦ ପାଇଁ ବ୍ୟବହାର କରିନଥାଉ ବରଂ ଏହାର ଭଲ ପ୍ରଭାବ ମଧ୍ୟ ଆମ ସ୍ୱାସ୍ଥ୍ୟ ଉପରେ ପକାଇଥାଏ। ଲୁଣ ଆମ ଶରୀର ପାଇଁ ଜରୁରୀ କିନ୍ତୁ ଦରକାରରୁ ଅଧିକ ହେଲେ ତାହା ଆମ ପାଇଁ କ୍ଷତିକାରକ ହୋଇଥାଏ। ଯାହାକି ୱାର୍ଲଡ ହେଲଥ ଅର୍ଗାନାଇଜେସନ(WHO) ତରଫରୁ ବିବରଣୀ ଜାରି କରାଯାଇଛି। ନିମ୍ନ ରକ୍ତଚାପ ପାଇଁ ଅଧିକାଂଶ ଲୋକ ଲୁଣ ଚିନି ପାଣିକୁ ବ୍ୟବହାର କରିଥାନ୍ତି। କିନ୍ତୁ WHO ତରଫରୁ ଏହା ମଧ୍ୟ କୁହାଯାଇଛି ଯେ, ଅଧିକ ଲୁଣ ଖାଇବା ଅନୁଚିତ। ଦିନକୁ ୯ରୁ ୧୨ ଗ୍ରାମର ଲୁଣ ବ୍ୟବହାର କରୁଥିବା ବ୍ୟକ୍ତି ରକ୍ତଚାପ ବୃଦ୍ଧି ଏବଂ ହାର୍ଟ ଆଟାକ ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।
ରାସାୟନିକ ଭାଷା ଅନୁଯାୟୀ ଲୁଣକୁ ସୋଡ଼ିୟମ କ୍ଲୋରାଇଡ କୁହାଯାଇଥାଏ, ଯାହାକି ଆମ ଶରୀର ପାଇଁ ଗୁରୁତ୍ୱପୂର୍ଣ୍ଣ। WHO କହିବା ଅନୁଯାୟୀ ଜଣେ ବ୍ୟକ୍ତି ଦିନକୁ ୫ ଗ୍ରାମ ଅର୍ଥାତ ଗୋଟିଏ ଚାମଚ ଲୁଣ ଖାଇବା ଉଚିତ। ୫ ଗ୍ରାମ ଲୁଣରେ ୨୦୦୦ ମିଲିଗ୍ରାମର ସୋଡିୟମ ରହିଥାଏ। ହାର୍ଟ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ହାର୍ଟ ରୋଗୀ ଦିନକୁ ୧୫୦୦ମିଲିଗ୍ରାମରୁ କମ ସୋଡିୟମର ଲୁଣ ବ୍ୟବହାର କରିବା ଉଚିତ।
ଅଧିକ ଲୁଣ ଖାଇବା ଦ୍ୱାରା କେଉଁ ପ୍ରଭାବ ପଡେ:
ଅଧିକ ଲୁଣ ଖାଇବା ଫଳରେ ଉଚ ରକ୍ତଚାପ ବଢାଇବା ସହ ହାର୍ଟ ସମସ୍ୟାକୁ ମଧ୍ୟ ବଢ଼ାଇଥାଏ। ଶରୀରରେ ଅଧିକ ସୋଡିୟମର ମାତ୍ରା ବଢିବା ଦ୍ୱାରା କିଡ଼ନୀ ଉପରେ ପ୍ରଭାବ ପକାଇଥାଏ।
କମ ଲୁଣ ଖାଇବାରେ କେଉଁ ପ୍ରଭାବ ପଡେ :
ଲୁଣ କମ୍ ଖାଇବା ଦ୍ୱାରା ମଧ୍ୟ ଶରୀରରେ ସମସ୍ୟା ଦେଖାଦେଇଥାଏ। କମ ଲୁଣ ଖାଇବା ଦ୍ୱାରା ମୁଣ୍ଡ ବୁଲାଇବା, ଥକା ଲାଗିବା, ମୁଣ୍ଡରେ ଯନ୍ତ୍ରଣା ହେବା, ଦୁର୍ବଳ ଲାଗିବା ଭଳି ଅନେକ ସମସ୍ୟା ଦେଖିବାକୁ ମିଳିଥାଏ । ସେଥିପାଇଁ ଲୁଣର ସଠିକ ମାତ୍ରା ରଖିବା ନିହାତି ଆବଶ୍ୟକ।
କେଉଁ ପ୍ରକାର ଲୁଣ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ :
ଆୟୋଡିନ ଲୁଣ ବ୍ୟବହାର କରିବା ଦ୍ୱାରା ଥାଇରଏଡ଼ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ। ଲୁଣରୁ ଆୟୋଡିନ, ପୋଟାସିୟମ, ଆଇରନ ଭଳି ତତ୍ତ୍ୱ ମିଳିଥାଏ। କଳା ଲୁଣ ଆମ ପାଚନ କ୍ରିୟାକୁ ସ୍ଥିର ରଖିବାରେ ସାହାଯ୍ୟ କରିଥାଏ। ସେହିପରି ପିଙ୍କ ସଲ୍ଟରେ ମଧ୍ୟ ଅନେକ ତତ୍ତ୍ୱ ରହିଛି। ଆପଣ ଯାହା ବି ଲୁଣ ବ୍ୟବହାର କରୁଛନ୍ତି ପ୍ରତ୍ୟେକଟିରେ ମାତ୍ରା କୁ ଧ୍ୟାନ ଦେବା ଉଚିତ।
କେଉଁଥିରେ ରହିଥାଏ ଅଧିକ ସୋଡିୟମ:
କେବଳ ଲୁଣରେ ନୁହେଁ ବରଂ ଅନ୍ୟ ଜିନିଷରେ ମଧ୍ୟ ଅଧିକ ମାତ୍ରାରେ ସୋଡିୟମ ରହିଥାଏ। ଏହାକୁ ଖାଇବା ଦ୍ୱାରା ସୋଡିୟମର ମାତ୍ରାକୁ ସଠିକ ଭାବେ ସନ୍ତୁଲିତ କରି ରଖିନଥାଏ । ତେଣୁ ବଜାର ଜନିତ ଦ୍ରବ୍ୟ ଏବଂ ଫାଷ୍ଟଫୁଡ ଭଳି ଖାଦ୍ୟ ଠାରୁ ଦୂରେଇରହିବା ଜରୁରୀ। ବଜାରରେ ବିକ୍ରି ହେଉଥିବା ଜିନିଷରେ ମଧ୍ୟ ସୋଡିୟମର ଭାଗ ମିଶିକରି ରହିଥାଏ। ତେବେ ଏଥିପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ।