ବାଇକ ଡିକି ଭାଙ୍ଗି ୪ ଲକ୍ଷ ଟଙ୍କା ଚୋରି ମାମଲା, ଅଭିଯୁକ୍ତକୁ ବାନ୍ଧିଲା ଅନୁଗୁଳ ପୋଲିସ

You are currently viewing ବାଇକ ଡିକି ଭାଙ୍ଗି ୪ ଲକ୍ଷ ଟଙ୍କା ଚୋରି ମାମଲା, ଅଭିଯୁକ୍ତକୁ ବାନ୍ଧିଲା ଅନୁଗୁଳ ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହେମସୁରପଡ଼ା ଛକରୁ ଗତ ୨୮ତାରିଖରେ ବାଇକ ଡିକି ଭାଙ୍ଗି ୪ ଲକ୍ଷ ଟଙ୍କା ଚୋରି ମାମଲାରେ ଅନୁଗୁଳ ଟାଉନ ଥାନା ପୋଲିସ ଆଜି ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଗଞ୍ଜାମ ଆସ୍କା ଅଞ୍ଚଳର ଧୀରୁ ଦାସ(୨୪)।

ସୂଚନା ମୁତାବକ, ଗତ ୨୮ତାରିଖରେ ନିଶା ଥାନା ବଡ଼ କେରେଜାଙ୍ଗ ଗ୍ରାମର କୈବଲ୍ୟ ନାଏକ ତାଙ୍କ ସମ୍ପର୍କୀୟ ଭାଇ ସୂର୍ଯ୍ୟକାନ୍ତ ନାଏକଙ୍କ ସହ ଟଙ୍କା ଉଠାଇବା ପାଇଁ ଅନୁଗୁଳର ଏକ ବ୍ୟାଙ୍କକୁ ଆସିଥିଲେ। ସେମାନେ ବ୍ୟାଙ୍କରୁ ମୋଟ ୪ଲକ୍ଷ ୫୦ହଜାର ଟଙ୍କା ଉଠାଇ ବାଇକ ଡିକିରେ ରଖି ଅପରାହ୍ଣରେ ଗାଁକୁ ଫେରୁଥିଲେ। ସେମାନେ ହେମସୁରପଡ଼ା ଛକରେ ବାଇକ୍ ରଖି ଥଣ୍ଡା ପିଇଥିଲେ। କିନ୍ତୁ ଫେରି ଦେଖିବା ବେଳକୁ କେହି ବାଇକ ଡିକି ଭାଙ୍ଗି ବ୍ୟାଗରେ ଥିବା ୪ଲକ୍ଷ ଟଙ୍କା ନେଇଯାଇଛି। ଏନେଇ କୈବଲ୍ୟ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତକୁ ଧରିବା ସହ ତା’ ପାଖରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି।

Share

Leave a Reply