ଅନୁଗୁଳରେ ସ୍ବାସ୍ଥ୍ୟ ସମସ୍ୟା- ଏକ ଆହ୍ବାନ

You are currently viewing ଅନୁଗୁଳରେ ସ୍ବାସ୍ଥ୍ୟ ସମସ୍ୟା- ଏକ ଆହ୍ବାନ

ଅନୁଗୁଳ: ଅନୁଗୁଳ ନୂତନ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନ ଆଜି କାର୍ଯ୍ୟାଳୟରେ ଯୋଗ ଦାନ କରିବା ସହ ସମସ୍ତ କର୍ମଚାରୀ ଓ ଡାକ୍ତର ମାନଙ୍କ ଏକ ବୈଠକ ଡାକିଥିଲେ।ବୈଠକରେ ଡ଼ା ପ୍ରଧାନ ଗତ ତିନି ଚାରି ଦଶନ୍ଧି ମଧ୍ୟରେ ଅନୁଗୁଳରେ ଦେଖା ଦେଇଥିବା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଏହାର କାରଣ ଓ ନିରାକରଣ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ଜିଲ୍ଲାର ସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରିବା ପାଇଁ ସେ ସମସ୍ତ କର୍ମଚାରୀ ଓ ଡାକ୍ତର ମାନଙ୍କ ସହଯୋଗ ଲୋଡିଥିଲେ। ଏଥି ସହ ବିଭିନ୍ନ ୱାର୍ଡ ମୁଖ୍ୟ ଓ ବରିଷ୍ଠ ଡାକ୍ତରଙ୍କ ସହ ଭାବ ବିନିମୟ କରି ଅନୁଗୁଳ ମେଡିକାଲର ସମସ୍ୟା ସମ୍ପର୍କରେ ସିଡିଏମଓ ଅବଗତ ହୋଇଥିଲେ।

Share

Leave a Reply