ଜାତୀୟ ନବଜାତ ଶିଶୁ ସପ୍ତାହ ପାଳିତ, ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ସଚେତନ କଲେ ବିଶେଷଜ୍ଞ

You are currently viewing ଜାତୀୟ ନବଜାତ ଶିଶୁ ସପ୍ତାହ ପାଳିତ, ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ସଚେତନ କଲେ ବିଶେଷଜ୍ଞ

ଅନୁଗୁଳ: ଚଳିତ ମାସ ୧୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜାତୀୟ ନବଜାତ ଶିଶୁ ସପ୍ତାହ ପାଳନ କରାଯାଉଛି। ଏ ଅବସରରେ ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା.ତ୍ରିଲୋଚନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଶିଶୁଙ୍କ ଯତ୍ନ ନେଇ ବୁଝାଇବା ସହ ଅସୁସ୍ଥ ହେଲେ ତୁରନ୍ତ ଆଶା କର୍ମୀ କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ପରାମର୍ଶ ନେବାକୁ ଶ୍ରୀ ପ୍ରଧାନ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ. ଦିଲ୍ଲୀପ କୁମାର ପଟ୍ଟନାୟକ, ଶିଶୁ ରୋଗ ବିଶେଷଜ୍ଞ ଡା. ନିରୋଦ ସାହୁ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏ ଅବସରରେ ନବଜାତ ଶିଶୁର ଯତ୍ନ ଓ ବିପଦ ସଙ୍କେତ ଉପରେ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବୈଠକରେ ନର୍ସିଂ ଛାତ୍ରୀ, ଆଶା କର୍ମୀ, ସ୍ବାସ୍ଥ୍ୟ କର୍ମୀ ଓ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

Share

Leave a Reply