‘ସମାଜ ଗଠନରେ ଭିନ୍ନକ୍ଷମଙ୍କ ଭୂମିକା ଅତୁଳନୀୟ, ଏମାନଙ୍କୁ ହେୟଜ୍ଞାନ କରିବା ଉଚିତ ନୁହେଁ’

You are currently viewing ‘ସମାଜ ଗଠନରେ ଭିନ୍ନକ୍ଷମଙ୍କ ଭୂମିକା ଅତୁଳନୀୟ, ଏମାନଙ୍କୁ ହେୟଜ୍ଞାନ କରିବା ଉଚିତ ନୁହେଁ’

ଅନୁଗୁଳ : ୬୫ ତମ ଅନ୍ତର୍ଜାତୀୟ ବଧିର ନାଗରିକ ସପ୍ତାହ ସ୍ଥାନୀୟ ପୌରପାଳିକା ଟାଉନ ହଲଠାରେ ପାଳିତ ହୋଇଛି। ଏ ଅବସରରେ ଜିଲ୍ଲା ବଧିର ସଂଘ ପକ୍ଷରୁ ଏକ ଶୋଭାଯାତ୍ରା ରାଜା ସୋମନାଥ ସିଂହଙ୍କ ପ୍ରତିମୂର୍ତ୍ତିଠାରୁ ଆରମ୍ଭ ହୋଇଥିଲା। ଶୋଭାଯାତ୍ରାକୁ ଉପଜିଲ୍ଲାପାଳ ବଇତୁରା ଦୀପ୍ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ। ଶୋଭାଯାତ୍ରା ଟାଉନ ହଲଠାରେ ପହଞ୍ଚିବା ପରେ ବଧିର ସଂଘର ସଭାପତି ପର୍ଶୁରାମ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ ହୋଇଥିଲା। ସଭାରେ ସମାଜସେବୀ ଶୈଳଭାମା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବଧିର ନାଗରିକଙ୍କ ଉନ୍ନତି ପାଇଁ ସମସ୍ତେ ସହଯୋଗର ହାତ ବଢାଇ ନିମନ୍ତେ ଆହ୍ୱାନ ଦେଇଥିଲେ। ସଂଘର ଉପ ସଭାପତି ମନୋରଞ୍ଜନ ସାମଲ, ସାଧାରଣ ସମ୍ପାଦକ ବିଶ୍ବଜିତ୍ ହୋତା, କୋଷାଧ୍ୟକ୍ଷ ମନୋଜ ସାହୁ ପ୍ରମୁଖ ସମାଜରେ ବଧିର ମାନେ ବୋଝ ନୁହନ୍ତି। ସମାଜ ଗଠନରେ ଏମାନଙ୍କର ଭୂମିକା ଅତୁଳନୀୟ। ଏଣୁ ବଧିରମାନଙ୍କୁ ହେୟଜ୍ଞାନ କରିବା ଉଚିତ୍ ନୁହେଁ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ବିଶ୍ବଜିତ୍ ମହାନ୍ତି ଅତିଥି ମାନଙ୍କ ବକ୍ତବ୍ୟକୁ ସାଙ୍କେତିକ ଭାଷାରେ ଉପସ୍ଥାପନ କରିଥିଲେ। ଶେଷରେ ବଧିର ନାଗରିକଙ୍କ ଦ୍ବାରା ରଙ୍ଗୋଲୀ ପ୍ରତିଯୋଗିତା ହୋଇ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।

Share

Leave a Reply