ଅନୁଗୁଳ: ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ସିମେଣ୍ଟ ଟ୍ୟାଙ୍କର। ମଙ୍ଗଳବାର ବିଳମ୍ବିତ ରାତିରେ ଛେଣ୍ଡିପଦା ବ୍ଲକ ନିଶା ଥାନା ଅନ୍ତର୍ଗତ ସିଙ୍ଗଡ଼ାବ୍ରିଜ ନିକଟସ୍ଥ ରାସ୍ତାରେ ଭାରସାମ୍ୟ ହରାଇ ଏକ ସିମେଣ୍ଟ ବୋଝେଇ ଟ୍ୟାଙ୍କର ଦଶ ଫୁଟ ତଳକୁ ଖସିପଡିଛି।
ସୂଚନା ମୁତାବକ, ଏହି ଟ୍ୟାଙ୍କର ବିଳମ୍ବିତ ରାତିରେ ଭୁବନେଶ୍ଵରରୁ ସିମେଣ୍ଟ ଖାଲି କରି ଫେରୁଥିଲା। ୬୩ ନମ୍ବର ରାଜ୍ୟ ରାଜପଥରେ ଯାଉଥିବା ବେଳେ ସିଙ୍ଗଡ଼ାବ୍ରିଜ ନିକଟସ୍ଥ ରାସ୍ତାରେ ଭାରସାମ୍ୟ ହରାଇ ଟ୍ୟାଙ୍କର ଦଶ ଫୁଟ ତଳକୁ ଖସି ପଡ଼ିଛି। ତେବେ ଏହି ଦୁର୍ଘଟଣାରେ ଚାଲକ ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି।