ଅନୁଗୁଳ: ଗଣେଶ ପୂଜା ପାଇଁ ଏବେ ଠୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଚଳିତ ବର୍ଷ ଗଣେଶ ପୂଜା ନିମନ୍ତେ ଅନୁଗୁଳ କେନ୍ଦ୍ରୀୟ ଗଣେଶ ପୂଜା କମିଟି ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଅପରାହ୍ନରେ ଅମଲାପଡ଼ା ସ୍ଥିତ ରାଧାକୃଷ୍ଣ ମନ୍ଦିରରେ କମିଟିର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ କର୍ମକର୍ତ୍ତା ଚୟନ କରାଯାଇଥିଲା। ବୈଠକରେ ଅନୁଗୁଳ ସହରର ଥିବା ୧୭ ଟି ପୂଜା କମିଟିର ସଭାପତି ଓ ସଂପାଦକ ଯୋଗ ଦେଇଥିଲେ।
ଚଳିତ ବର୍ଷ କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଭାପତି ଭାବେ ରଶ୍ମି ରଞ୍ଜନ ସାମଲ, କାର୍ଯ୍ୟକାରୀ ସଭାପତି ଭାବେ ସୂର୍ଯ୍ୟକାନ୍ତ ନନ୍ଦ, ଉପ ସଭାପତି ଭାବେ ଦେବବ୍ରତ ପ୍ରଧାନ, ପ୍ରଦ୍ୟୁମ୍ନ ସାହୁ, ସାଧାରଣ ସଂପାଦକ ଭାବେ ଶିବାନୀ ଶଙ୍କର ଗୌଡ଼, କୋଷାଧ୍ୟକ୍ଷ ଭାବେ ସୁଶାନ୍ତ ସାମଲ, ସହ କୋଷାଧ୍ୟକ୍ଷ ଭାବେ ଆକାଶ ମହାରଣା, ସହ ସଂପାଦକ ଭାବେ ବିମଳ ମୁଖୀ, ଦିପୁନ ବେହେରା, ମଳୟ କୁମାର ଗଡ଼ନାୟକ, ଅନୁପ କୁମାର ସାମଲ, ରବୀନ୍ଦ୍ର କୁମାର ସାହୁ ଓ ଉପଦେଷ୍ଟା ଭାବେ ସୁଶୀଲ କୁମାର ମୁଖୀ, ଦିବ୍ୟଦର୍ଶୀ ଦାଶ, ଦେବାଶିଷ ମିଶ୍ର, ଗୋପାଳ ଦାଶ, ଲୁଟୁ ରଞ୍ଜନ ଥାପାଙ୍କୁ ଚୟନ କରାଯାଇଥିଲା।
ବୈଠକର ନିଷ୍ପତ୍ତି ମୁତାବକ, ସେପ୍ଟେମ୍ବର ୧୯ ତାରିଖରେ ପୂଜା ଆରମ୍ଭ ହୋଇ ୨୭ ରେ ମେଳଣ ଓ ଭସାଣି ହେବ। ଯେଉଁ ପୂଜା କମିଟି ମେଳଣ ଭାଗ ନେବେ ନାହିଁ ସେହି କମିଟିଗୁଡିକ ତାଙ୍କ ସାହି ମଧ୍ୟରେ ସେପ୍ଟେମ୍ବର ୨୬ ତାରିଖ ମଧ୍ୟରେ ଭସାଣି ଶେଷ କରିବେ। ଶେଷ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ହେବ ବୋଲି କେନ୍ଦ୍ରୀୟ ଗଣେଶ ପୂଜା କମିଟି ତରଫରୁ ସୂଚନା ଦିଆଯାଇଛି।