କେନ୍ଦ୍ର ସରକାରଙ୍କ ମଜୁରୀ ବୃଦ୍ଧି ପ୍ରଚାର ଶ୍ରମିକଙ୍କ ପାଇଁ ବିଭ୍ରାନ୍ତିକର: ଏଆଇୟୁଟିୟୁସି

0

ଅନୁଗୁଳ: ଶ୍ରମିକଙ୍କ ପାଇଁ ୧ ଅକ୍ଟୋବର ୨୦୨୪ ଠାରୁ ବହୁ ପରିମାଣରେ ମଜୁରୀ ବୃଦ୍ଧି କରିଛନ୍ତି ବୋଲି କେନ୍ଦ୍ର ବିଜେପି ସରକାର ଗଣମାଧ୍ୟମରେ ଯେଉଁ ଘନ ଘନ ପ୍ରଚାର କରି ଚାଲିଛନ୍ତି ତାହା ଅତ୍ୟନ୍ତ ବିଭ୍ରାନ୍ତିକର ବୋଲି ଏଆଇୟୁଟିୟୁସି ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ଏହି ପ୍ରେସ୍ ବିଜ୍ଞପ୍ତି ମୁତାବକ, ବର୍ଷକୁ ଦୁଇ ଥର ୧ ଏପ୍ରିଲ ଓ ୧ ଅକ୍ଟୋବରରେ କେନ୍ଦ୍ର ସରକାରଙ୍କ ଶ୍ରମ ବିଭାଗ ଦୈନିକ ଭି.ଡି.ଏ (ଭେରିଏବୁଲ୍ ଡିୟରନେସ୍ ଆଲାଉନ୍ସ)ର ବିଜ୍ଞପ୍ତି କରିଥାଆନ୍ତି; ଯାହାକି ଦୈନିକ ସର୍ବନିମ୍ନ ମଜୁରୀରେ ମିଶାଇ ଶ୍ରମିକଙ୍କୁ ପ୍ରଦାନ କରାଯାଏ। କେନ୍ଦ୍ର ସରକାରଙ୍କ  ସଂସ୍ଥାରେ କାର୍ଯ୍ୟରତ ଅଣକୁଶଳୀ ଶ୍ରମିକଙ୍କ ପାଇଁ ମାତ୍ର ୫ ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ପାଇଁ ମାତ୍ର ୬ ଟଙ୍କା, କୁଶଳୀ ଶ୍ରମିକଙ୍କ ପାଇଁ ମାତ୍ର ୬ ଟଙ୍କା ଓ ଅତିକୁଶଳୀ ଶ୍ରମିକଙ୍କ ପାଇଁ ମାତ୍ର ୭ ଟଙ୍କା, ଭୁବନେଶ୍ଵର, କଟକ ସହର ଭଳି ବି(ଖ) ଶ୍ରେଣୀଭୁକ୍ତ ଅଞ୍ଚଳ ପାଇଁ ଅଣକୁଶଳୀ ଶ୍ରମିକଙ୍କ ପାଇଁ ମାତ୍ର ୪ ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ପାଇଁ ମାତ୍ର ୫ ଟଙ୍କା, କୁଶଳୀ ଶ୍ରମିକଙ୍କ ପାଇଁ ମାତ୍ର ୬ ଟଙ୍କା, ଅତି କୁଶଳୀ ଶ୍ରମିକଙ୍କ ପାଇଁ ମାତ୍ର ୬ ଟଙ୍କା, ଅନୁଗୁଳ-ଢେଙ୍କାନାଳ ସହର ସମେତ ଅନ୍ଯାନ୍ଯ ଅଞ୍ଚଳ ପାଇଁ ଅଣକୁଶଳୀ ଶ୍ରମିକଙ୍କ ପାଇଁ ମାତ୍ର ୪ ଟଙ୍କା, ଅର୍ଦ୍ଧ କୁଶଳୀ ଶ୍ରମିକଙ୍କ ପାଇଁ ମାତ୍ର ୪ ଟଙ୍କା, କୁଶଳୀ ଶ୍ରମିକଙ୍କ ପାଇଁ ମାତ୍ର ୫ ଟଙ୍କା, ଅତି କୁଶଳୀ ଶ୍ରମିକଙ୍କ ପାଇଁ ୬ ଟଙ୍କା ଭି.ଡି. ଏ ବୃଦ୍ଧି କରି ୧ ଅକ୍ଟୋବର ୨୦୨୪ ଠାରୁ ଲାଗୁ କରିବା ନିମନ୍ତେ ୨୫ ସେପ୍ଟେମ୍ବର ୨୦୨୪ ରେ କେନ୍ଦ୍ର ବିଜେପି ସରକାରଙ୍କ ଶ୍ରମ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କିନ୍ତୁ ଶ୍ରମିକଙ୍କ ମଜୁରୀ ବହୁ ପରିମାଣରେ ବୃଦ୍ଧି କରିଛନ୍ତି ବୋଲି ବିଜେପି ସରକାର ଗଣମାଧ୍ୟମରେ ପ୍ରଚାର କରାଇଚାଲିଛନ୍ତି। ଏହା ବିଜେପି ସରକାରଙ୍କ ବିଭ୍ରାନ୍ତିକର ପ୍ରଚାର ବୋଲି ଏଆଇଟିୟୁସି ଅନୁଗୁଳ ଜିଲ୍ଲାବସଭାପତି ପ୍ରହ୍ଲାଦ ଚ଼ନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ସାହୁ କହିଛନ୍ତି।

ଏଥିସହ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ମାସିକ ୨୮ ହଜାର ଟଙ୍କା ଦାବିରେ ଶ୍ରମିକ ଆନ୍ଦୋଳନ ସଙ୍ଗଠିତ କରିବା ପାଇଁ ୟୁନିୟନ ପକ୍ଷରୁ ଆହ୍ଵାନ କରାଯାଇଛି।

Leave A Reply

Your email address will not be published.

error: Content is protected !!