ଅନୁଗୁଳରେ ପ୍ରତିଷ୍ଠା ହେବ ଆଇଆଇଏମର ସେଣ୍ଟର ଅଫ୍ ଏକ୍ସଲାନ୍ସ, ଜିଲ୍ଲା ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ୍

You are currently viewing ଅନୁଗୁଳରେ ପ୍ରତିଷ୍ଠା ହେବ ଆଇଆଇଏମର ସେଣ୍ଟର ଅଫ୍ ଏକ୍ସଲାନ୍ସ, ଜିଲ୍ଲା ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ୍

ଅନୁଗୁଳ: ଅନୁଗୁଳରେ ପ୍ରତିଷ୍ଠା ହେବ ଆଇଆଇଏମର ସେଣ୍ଟର ଅଫ୍ ଏକ୍ସଲାନ୍ସ। ଏ ନେଇ ଏକ କେନ୍ଦ୍ରୀୟ ଦଳ ଶୁକ୍ରବାର ଅନୁଗୁଳ ଜିଲ୍ଲା ପରିଦର୍ଶନ କରିଛନ୍ତି। କେନ୍ଦ୍ର ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି କେନ୍ଦ୍ରୀୟ ଦଳର ସଦସ୍ୟମାନେ ଅନୁଗୁଳ ତହସିଲ ଅନ୍ତର୍ଗତ ଛେଳିଆପଡା, ରଗୁଡ଼ିଆପଡା, ବଡଦାଣ୍ଡ ସାହି ଓ ଛେଣ୍ଡିପଦା ତହସିଲ ଅନ୍ତର୍ଗତ କତଡା ଏବଂ ବଅଁରପାଳ ତହସିଲ ଅନ୍ତର୍ଗତ ବେଣାଗାଡିଆର ବିଭିନ୍ନ ଜାଗା ପରିଦର୍ଶନ କରିଥିଲେ।

ଏହି ପରିଦର୍ଶନ ସମୟରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତର, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଅନୁଗୁଳ ତହସିଲଦାର ଆଲୋକ କୁମାର ଦେହୁରୀ, ଛେଣ୍ଡିପଦା ତହସିଲଦାର ମାନସ ରଞ୍ଜନ ରାୟ, ବଅଁରପାଳ ତହସିଲଦାର ରବିନାରାୟଣ ଆଚାର୍ଯ୍ୟ, ସହକାରୀ ଜିଲ୍ଲାପାଳ ସୁକାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply