ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦର ବୈଠକ: ‘ଛାଇ ଆଲୁଅର ମହାନାୟକ’ ପୁସ୍ତକ ଉନ୍ମୋଚିତ

You are currently viewing ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦର ବୈଠକ: ‘ଛାଇ ଆଲୁଅର ମହାନାୟକ’ ପୁସ୍ତକ ଉନ୍ମୋଚିତ

ଅନୁଗୁଳ: ସ୍ଥାନୀୟ ଉତ୍କଳ ନବଜୀବନ ମଣ୍ଡଳ ପରିସରରେ ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦର ଏକ ବୈଠକ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଛି। ବୈଠକରେ ପଦ୍ମଶ୍ରୀ କବି ରାଧାମୋହନ ଗଡ଼ନାୟକଙ୍କ ଜୟନ୍ତୀ, ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ, କବିବର ରାଧାନାଥ ରାୟଙ୍କ ଜୟନ୍ତୀ ଏବଂ ବିପ୍ଲବୀ ଜନ ନାୟକ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳନ ସମ୍ପର୍କରେ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମରେ ଶିବରାମ ମିଶ୍ର ଏବଂ ଜୟକୃଷ୍ଣ ମହାନ୍ତିଙ୍କ ଜୀବନୀ ଛାଇଆଲୁଅର ମହାନାୟକ ଉପରେ ଅତିଥିମାନେ ମତାମତ ଜଣାଇଥିଲେ। ପରେ ଡ.ତପନ କୁମାର ମହାନ୍ତିଙ୍କ ଲିଖିତ ପୁସ୍ତକକୁ ସଭାପତି, ଉପସଭାପତି ଏବଂ ସମ୍ପାଦକ ଉନ୍ମୋଚିତ କରିଥିଲେ। ଶେଷରେ ରାଧାକାନ୍ତ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ।

Share

Leave a Reply